ବିକ୍ଷୋଭକାରୀମାନେ ରାଷ୍ଟ୍ରପତି କାର୍ଯ୍ୟାଳୟରେ ପଶିବା ପରେ ସଶସ୍ତ୍ର ବାହିନୀକୁ ଶୃଙ୍ଖଳା ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଲେ କାର୍ଯ୍ୟାକାରୀ ରାଷ୍ଟ୍ରପତି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିକ୍ଷୋଭକାରୀମାନେ ରାଷ୍ଟ୍ରପତି କାର୍ଯ୍ୟାଳୟରେ ପଶିବା ପରେ ସଶସ୍ତ୍ର ବାହିନୀକୁ ଶୃଙ୍ଖଳା ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଲେ କାର୍ଯ୍ୟାକାରୀ ରାଷ୍ଟ୍ରପତି । ତେବେ ଗୋଟାବାୟା ରାଜପାକ୍ଷେ ମାଳଦ୍ୱୀପ ପଳାୟନ କରିବା ପରେ କାର‌୍ୟ୍ୟକାରୀ ରାଷ୍ଟ୍ରପତି ଭାବେ ନିଯୁକ୍ତ ହୋଇଥିବା ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ ବୁଧବାର ଦିନ ବିକ୍ଷୋଭକାରୀମାନେ ତାଙ୍କ କାର୍ଯ୍ୟାଳୟରେ ପଶିବା ପରେ ସଶସ୍ତ୍ର ବାହିନୀକୁ ଶୃଙ୍ଖଳା ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ଶ୍ରୀଲଙ୍କାରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି । ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଦେଶଛାଡ଼ି ଫେରାର ହୋଇଯିବା ପରେ ଦେଶର ଜନତା ଆନ୍ଦୋଳନକୁ ତୀବ୍ର କରିଛନ୍ତି ।

ବୁଧବାରଦିନ ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀ ତଥା କାମଚଳା ରାଷ୍ଟ୍ରପତି ରାନିଲ ଓ୍ବିକ୍ରମସିଂଘେଙ୍କ ବାସଭବନରେ ପ୍ରବେଶ କରି ଭଙ୍ଗାରୁଜା କରିଛନ୍ତି । ସେହିପରି ଶ୍ରୀଲଙ୍କାର ସରକାରୀ ଟେଲିଭିଜନ ଚ୍ୟାନେଲ ଶ୍ରୀଲଙ୍କା ରୂପବାହିନୀ କର୍ପୋରେସନର ଷ୍ଟୁଡିଓକୁ ଅକ୍ତିଆର କରିନେଇଛନ୍ତି ଉଗ୍ର ଜନତା । ଏହା ଫଳରେ ଲାଇଭ ଟିଭି ପ୍ରସାରଣକୁ ବନ୍ଦ କରିଦିଆଯାଇଛି । କେତେକ ବିକ୍ଷୋଭକାରୀ ଯୁବକ ଟିଭି ପ୍ରସାରଣ ଚାଲିଥିବାବେଳେ ଷ୍ଟୁଡିଓରେ ପ୍ରବେଶକରି ଆନ୍ଦୋଳନ ସଂପର୍କରେ ଭାଷଣ ଦେଇଛନ୍ତି । ଏହା ପୂର୍ବରୁ ଶ୍ରୀଲଙ୍କାରେ ଆନ୍ଦୋଳନ ତୀବ୍ର ହେବାରୁ ସେଠାରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts