
ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଚଳଚଞ୍ଚଳ ହୋଇଉଠିଛି ଉତ୍ତରପ୍ରଦେଶ ରାଜନୀତି । ବର୍ତ୍ତମାନ ସାରା ଦେଶର ନଜର ରହିଛି ଉତ୍ତରପ୍ରଦେଶ ରାଜନୀତି ଉପରେ । ଏହା ମଧ୍ୟରେ ଇସ୍ତଫା ଦେବାର ମାତ୍ର ଦିନକ ପରେ ହିଁ ଓବିସି ନେତା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ବିରୋଧରେ ୱାରେଣ୍ଟ ଜାରି ହୋଇଛି । ଏ ଖବର ସାମ୍ନାକୁ ଆସିବା ପରେ ପୁଣିଥରେ ଦେଶରେ ଏହାର ଚର୍ଚ୍ଚା ଜୋର ଧରିଛି । ସେପଟେ ୨୦୧୪ ମସିହାରେ ହିନ୍ଦୁ ଦେବାଦେବୀଙ୍କ ଉପରେ ବିବାଦୀୟ ବୟାନ ଦେବା ମାମଲାରେ ତାଙ୍କୁ କୋର୍ଟରେ ହାଜର ହେବାକୁ କୁହାଯାଇଥିଲା ।
କିନ୍ତୁ ସେ କୋର୍ଟରେ ସେ ହାଜର ହୋଇନଥିଲେ । ତେଣୁ ତାଙ୍କୁ କୋର୍ଟଙ୍କ ପକ୍ଷରୁ ତାଙ୍କୁ ୨୪ ତାରିଖରେ ହାଜର ହେବାକୁ ନିର୍ଦେଶ ଦିଆଯାଇଛି । ଘଟଣା ସମୟରେ ସେ ସ୍ୱାମୀ ମାୟାବତୀଙ୍କ ବହୁଜନ ସମାଜ ପାର୍ଟିର ନେତା ଥିଲେ । ଅନ୍ୟପଟେ ସ୍ୱାମୀଙ୍କୁ ମନାଇବା ପାଇଁ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଗୁରୁଦାୟିତ୍ୱ ମିଳୁମିଳୁ ହିଁ ଏପରି ଘଟଣା ସାମ୍ନାକୁ ଆସିଛି । ଯାହା ଜାତୀୟ ରାଜନୀତିକୁ ହୋଇଚଇ ସୃଷ୍ଟି କରିଦେଇଛି ।