ଅଷ୍ଟମ ଥର ପାଇଁ ବିଜେଡି ସଭାପତି ହେଲେ ନବୀନ ପଟ୍ଟନାୟକ : ଓଡିଶାବାସୀଙ୍କୁ ଧନ୍ୟବାଦ ଜଣାଇଲେ ।

ସତ୍ୟପାଠ ବ୍ୟୁରୋ : ପୁଣି ଥରେ ବିଜେଡି ସଭାପତି ଭାବେ ନିର୍ବାଚିତ ହେଲେ ନବୀନ ପଟ୍ଟନାୟକ । ଅଷ୍ଟମ ଥର ପାଇଁ ସଭାପତି ଦାୟିତ୍ୱ ନେଲେ ନବୀନ । ସଭାପତି ଭାବେ ଦାୟିତ୍ୱ ନେବା ପରେ ସାଢେ ଚାରି କୋଟି ଓଡିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ । ସେ କହିଛନ୍ତି, ନିର୍ବାଚନରେ ଜିତିବା ପାଇଁ ବିଜେଡି ଲଢେଇ କରିନଥିଲା ବରଂ ଲୋକଙ୍କ ଲଢେଇ ପାଇଁ ନିର୍ବାଚନ ଲଢିଥିଲା ବିଜେଡି ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଡକାଯାଇଥିବା ବିଜେଡି ରାଜ୍ୟ ପରିଷଦ ବୈଠକରେ ନବୀନ ସଭାପତି ପଦରେ ନିର୍ବାଚିତ ହୋଇଛନ୍ତି । ଏକମାତ୍ର ପ୍ରାର୍ଥୀ ଭାବେ ସଭାପତି ପଦ ଲାଗି ପ୍ରାର୍ଥୀପତ୍ର ଦାଖଲ କରିଥିଲେ ନବୀନ । ସଭାପତି ନେଇ ନାଁ ଘୋଷଣା କରିଛନ୍ତି ରିଟର୍ଣ୍ଣିଂ ଅଫିସର ପ୍ରତାପ ଦେବ ।

Related Posts