ଦିଲ୍ଲୀ ହିଂସା : ମୃତ୍ୟୁ ସଂଖ୍ୟା ୧୦ ଛୁଇଁଲା, ୧ ମାସ ପାଇଁ ୧୪୪ ଧାରା ଜାରି

ନୂଆଦିଲ୍ଲୀ: ଦିଲ୍ଲୀର ଉତ୍ତର-ପୂର୍ବ ଅଞ୍ଚଳରେ ରବିବାର ଠାରୁ ଆରମ୍ଭ ହୋଇଥିବା ସିଏଏ ସମର୍ଥକ ଓ ବିରୋଧୀ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ଯୋଗୁଁ ବର୍ତ୍ତମାନ ସୁଦ୍ଧା ଜଣେ ମୁଖ୍ୟ କନଷ୍ଟେବଳ ସମେତ 10 ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ପରେ ଗୃହ ମନ୍ତ୍ରାଳୟର ଗତକାଲି ସୋମବାର ବିଳମ୍ବିତ ରାତିରେ ବୈଠକ ବସିଥିଲା । ଏଥିରେ ସୁରକ୍ଷା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ତଥାପି ଆଜି କେତେକ ସ୍ଥାନରେ ପ୍ରବଳ ହିଂସାକାଣ୍ଡ ହୋଇଥିବା ଜଣାପଡିଛି । ହିଂସାକାଣ୍ଡରେ ବର୍ତ୍ତମାନ ସୁଦ୍ଧା 60 ଜଣ ପୋଲିସ କର୍ମୀଙ୍କ ସମେତ 150 ରୁ ଉର୍ଦ୍ଧ୍ୱ ସାଧାରଣ ନାଗରିକ ଆହାତ ହୋଇ ବିଭିନ୍ନ ହସପିଟାଲରେ ଚିତ୍କିସାଧୀନ ଥିବା ନେଇ ସୂଚନା ଦେଲେ ଦିଲ୍ଲୀ ପୋଲିସ ମୁଖପାତ୍ର । ଏହା ଛଡା ହିଂସାକାଣ୍ଡ ଘଟଣାରେ ବର୍ତ୍ତମାନ ସୁଦ୍ଧା 11ଟି ମାମଲା ଥାନାରେ ରୁଜୁ କରାଯାଇଥିବା ଜଣାପଡିଛି ।
ଉତ୍ତର ପୂର୍ବ ଦିଲ୍ଲୀରେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ପରିସ୍ଥିତି ଗମ୍ଭୀର ରହିଛି । ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ସମଗ୍ର ଅଞ୍ଚଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ପୋଲିସ ଓ ରାପିଡ ଆକ୍ସନ ଫୋର୍ସର ଯବାନ ମାନେ ମିଳିତ ଭାବରେ ହିଂସା ଘଟିଥିବା ଅଞ୍ଚଳ ମାନଙ୍କରେ ଫ୍ଲାଗମାର୍ଚ୍ଚ କରିଛନ୍ତି । ମଙ୍ଗଳବାର ସକାଳେ ହିଁ ପ୍ରବଳ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା ହିଂସାକାଣ୍ଡରେ ସାମିଲ ଥିବା ଆତତାୟୀ ମାନେ 5ଟି ଗାଡିରେ ନିଆଁ ଲଗାଇ ଦେଇଥିଲେ ଗାଡି ଗୁଡିକୁ ଲିଭାଇବା ପାଇଁ ଯିବା ବେଳେ ଦମକଳ ଗାଡି ଗୁଡିକୁ ବି ଆକ୍ରମଣ କରିଥିଲେ ଆତତାୟୀ ମାନେ ।
Related Posts