ପୁରୀର ବ୍ଲୁ ଫ୍ଲାଗ ବିଚ୍ ରେ ବାୟୁସେନାର ଫୁଲ୍ ଡ୍ରେସ୍ ରିହର୍ସଲ, ପାଗ ଭଲ ରହିଲେ ରବିବାର ହେବ ସୂର୍ଯ୍ୟକିରଣ ସୋ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୁରୀରେ ଭାରତୀୟ ବାୟୁସେନା ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ସୂର୍ଯ୍ୟକିରଣ ଏଆର ସୋର ଫୁଲ୍ ଡ୍ରେସ୍ ରିହର୍ସଲ । ବ୍ଲୁ ଫ୍ଲାଗ ବେଳାଭୂମିରେ ଆୟୋଜିତ ଏହି ଫୁଲ୍ ଡ୍ରେସ୍ ଏଆର ସୋ ରିହର୍ସଲରେ ବାୟୁସେନାର ଫାଇଟର ବିମାନ ଗୁଡିକ ଅତ୍ୟାଧୁନିକ କଳାକୌଶଳ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମ ଦେଖିବାକୁ ବେଳାଭୂମିରେ ପ୍ରାୟ ୩୦ ହଜାରରୁ ଉର୍ଦ୍ଧ ଦର୍ଶକ ଓ ପର୍ଯ୍ୟଟକ ଏକାଠି ହୋଇଥିଲେ ଓ ଏହି ଚିତ୍ତାକାର୍ଷକ ପ୍ରଦର୍ଶନୀ ଦେଖି ବେଶ୍ ଗର୍ବ ଅନୁଭବ କରିଥିଲେ । ପୁରୀରେ ପ୍ରଥମଥର ପାଇଁ ହେବାକୁ ଯାଉଛି ଭାରତୀୟ ବାୟୁସେନାର ଏୟାର ସୋ ।‌

ବିମାନଗୁଡିକ ସୁଇସାଇଡ଼ାଲ , ହରାଇଜଣ୍ଟାଲ, ଭର୍ତିକାଲ କ୍ରସିଂରେ ପ୍ରଦର୍ଶନ ଆକର୍ଷଣୀୟ ଥିଲା । ଏହି ଶୋ ପୂର୍ବାହ୍ନ ୧୦.୨୦ ଆରମ୍ଭ ହୋଇଥିବା ବେଳେ ପ୍ରାୟ ଅଧଘଣ୍ଟା ଧରି ଏହି ଏୟାର ସୋ ଥିଲା ରୋମାଞ୍ଚ ଭରା । ଅଳ୍ପ ଦୂରତାରେ ସମତୁଲ ରକ୍ଷା କରି ବିମାନ ଗୁଡିକର ଏହି କୌଶଳ ଯୁବ ବର୍ଗ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିଛି । ଆସନ୍ତାକାଲି ପୁରୀରେ ସୂର୍ଯ୍ୟକିରଣ ଏଆର ସୋ ହେବାର କାର୍ଯ୍ୟକ୍ରମ ରହିଛି। ତେବେ ପୁରୀ ପାଇଁ କାଲି ପାଗ ଅନୁକୂଳ ନଥିବାରୁ ଏହି ସୋ ହେବାନେଇ ଆଶଙ୍କା ସୃଷ୍ଟି ହୋଇଛି। ଯଦି ପାଗ ଅନୁକୂଳ ରହେ ତେବେ ରବିବାର ସୋ ଦମ୍‌ଦାର ହେବ ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି ।

Related Posts