ଆଇଆରସିଟିସି ଦୁର୍ନୀତି ମାମଲାରେ ତେଜସ୍ୱୀ ଯାଦବଙ୍କ ବିରୋଧରେ ଦିଲ୍ଲୀ କୋର୍ଟର ଦ୍ବାରସ୍ଥ ହେଲା ସିବିଆଇ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଶନିବାର ଦିନ ଆଇଆରସିଟିସି ଦୁର୍ନୀତି ମାମଲାରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ବିରୋଧରେ ଦିଲ୍ଲୀ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ଏହି ମାମଲାରେ ତେଜସ୍ଵୀଙ୍କୁ ଦିଆଯାଇଥିବା ଜାମିନକୁ ବାତିଲ କରିବାକୁ ସିବିଆଇ କୋର୍ଟଙ୍କୁ ଦାବି କରିଛି। ଏଏନ୍ଆଇର ରିପୋର୍ଟ ଅନୁଯାୟୀ, ସ୍ପେଶାଲ ଜଜ ଗୀତାଞ୍ଜଳି ଗୋଏଲ ତେଜସ୍ୱୀ ଯାଦବଙ୍କୁ ସିବିଆଇର ଆବେଦନ ଉପରେ ଏକ ନୋଟିସ ଜାରି କରିଛନ୍ତି। ତେଜସ୍ୱୀ ଯାଦବ ଓ ତାଙ୍କ ମା’ ରାବ୍ରୀ ଦେବୀଙ୍କୁ ୨୦୧୮ରେ ଏହି ମାମଲାରେ ଜାମିନ ପ୍ରଦାନ କରାଯାଇଥିଲା।

ସୂଚନାଯୋଗ୍ୟ ଯେ, ଏହି ଦୁର୍ନୀତି ଆଇଆରସିଟିସି ହୋଟେଲ ରକ୍ଷଣାବେକ୍ଷଣ ଚୁକ୍ତି ମାମଲାରେ ସମ୍ପୃକ୍ତ ଯେଉଁଥିରେ ୧୨ ଜଣ ଓ ଦୁଇ କମ୍ପାନୀ ଉପରେ ସିବିଆଇ ଅଭିଯୋଗ କରିଥିଲା।ବିହାରର ରାଜଧାନୀ ପାଟନାରେ ତିନି ଏକର ବାଣିଜ୍ୟିକ ପ୍ଲଟ ଆକାରରେ ଲାଞ୍ଚ ସହ ଜଡିତ ଏକ ଘରୋଇ ସଂସ୍ଥାକୁ ୨୦୦୬ରେ ରାଞ୍ଚି ଓ ଓଡ଼ିଶାର ପୁରୀରେ ଦୁଇଟି ଆଇଆରସିଟିସି ହୋଟେଲ ଚୁକ୍ତି ବଣ୍ଟନ କରିବାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ଏହି ମାମଲାରେ ଏକ ଚାର୍ଜସିଟ ଦାଖଲ କରି ଟଙ୍କା ହେରଫେର କରିଥିବା ଅଭିଯୋଗ କରିଥିଲା।

Related Posts