ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ: ଭୁବନେଶ୍ୱରରେ ପହଞ୍ଚିଲା ଏୟାରଫୋର୍ସର ଏଏନ୍‌୩୨ ବିମାନ

ଭୁବନେଶ୍ବର: ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ ହେବ । ଏନେଇ ଆଜି ଭୁବନେଶ୍ୱରରେ ପହଞ୍ଚିଛି ଏୟାରଫୋର୍ସର ଏଏନ୍‌୩୨ ବିମାନ। ଏଥିରେ ଆସିଛନ୍ତି ଇଣ୍ଡକ୍ସନ ଟିମ ସୋ’ରେ ଭାଗ ନେବାକୁ ଥିବା ୧୧ଟି ହକ ବିମାନ। ସୋ’ରେ ୯ଟି ହକ ବିମାନ ଅଂଶଗ୍ରହଣ କରିବ ଓ ୨ଟି ଷ୍ଟାଣ୍ଡ ବାଏରେ ରହିବ।

୧୪ ତାରିଖରେ ସି୧୭ ଗ୍ଲୋବ ମାଷ୍ଟର ବିମାନରେ ସୂର୍ଯ୍ୟକିରଣ ଏୟାର ସୋ ଲାଗି ଉପକରଣ ଆସିବ। ସେପ୍ଟେମ୍ବର ୧୬ରେ ଭୁବନେଶ୍ୱରରେ ହେବ ଏଆର ସୋ ଓ ସେପ୍ଟେମ୍ବର ୧୮ରେ ପୁରୀରେ ହେବ ଏୟାର ସୋ। କୂଅଖାଇ ନଦୀ ପଠାରେ ଏହି ଏଆର ସୋ’ କରାଯିବ। ଯେତିକି ସମୟ ଏୟ‌ାର ସୋ’ ହେବ ସେତିକି ସମୟ ଭୁବନେଶ୍ୱର ବିମାନ ବନ୍ଦରର ଏଆର ସ୍ପେସରେ ବିମାନ ଚଳାଚଳ ବନ୍ଦ ରହିବ ।

Related Posts