ଏୟାର ମାର୍ସାଲ ବିବେକ ରାମ ଚୌଧୁରୀ ହେବେ ଭାରତୀୟ ବାୟୁସେନାର ନୂଆ ମୁଖ୍ୟ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ବର : ଭାରତୀୟ ବାୟୁସେନା (IAF) ନୂତନ ବାୟୁସେନା ମୁଖ୍ୟଙ୍କ ନାଁ ଘୋଷଣା କରିଛି।  ଯୁଦ୍ଧ ବିମାନ ପାଇଲଟ୍ ଏୟାର ମାର୍ଶଲ ବିବେକ ରାମ ଚୌଧରୀଙ୍କୁ ଭାରତୀୟ ବାୟୁସେନାର ପରବର୍ତ୍ତୀ ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଛି। ଆସନ୍ତା ସେପ୍ଟେମ୍ବର ୩୦ରେ ବର୍ତ୍ତମାନର ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ସାଲ ଆରକେଏସ୍ ଭାଦୁରିଆ ଅବସର ଗ୍ରହଣ କରିବା ପରେ ସେ ଦାୟିତ୍ବ ଗ୍ରହଣ କରିବେ । ସେ ଏବେ ବାୟୁସେନାର ଉପମୁଖ୍ୟ ଓ ଓ୍ବେଷ୍ଟର୍ଣ୍ଣ ଏୟାର କମାଣ୍ଡର କମାଣ୍ଡର-ଇନ-ଚିଫ ଅଛନ୍ତି ।

ବିବେକ ରାମ ଚୌଧୁରୀଙ୍କ ଅଭିଜ୍ଞତା 

ଡିସେମ୍ବର ୨୯, ୧୯୮୨ରେ ଭାରତୀୟ ବାୟୁସେନାରେ ଜଣେ ଲଢୁଆ ପାଇଲଟଭାବେ ଯୋଗ ଦେଇଥିଲେ। ସେ ପ୍ରାୟ ୩୯ ବର୍ଷ କାର୍ଯ୍ୟ କରିଥିଲେ। ତାଙ୍କର ୩୮୦୦ ଘଣ୍ଟାରୁ ଅଧିକ ସମୟ ଧରି ଉଡ଼ାଣ ଅଭିଜ୍ଞତା ରହିଛନ୍ତି । ସେ ବିଭିନ୍ନ ପ୍ରକାରର ଲଢୁଆ ଓ ତାଲିମ ବିମାନ ଚଳାଇବାର ଅଭିଜ୍ଞତା ରଖିଛନ୍ତି । ସେ ଜାତୀୟ ପ୍ରତିରକ୍ଷା ଏକାଡେମୀ (ଏନଡିଏ)ର ଜଣେ ଛାତ୍ର ହୋଇଥିବାବେଳେ ଓ୍ବେଲିଂଟନ ସ୍ଥିତି ଡିଫେନ୍ସ ସର୍ଭିସେସ ଷ୍ଟାଫ କଲେଜରେ ମଧ୍ୟ ତାଲିମ ନେଇଛନ୍ତି । 

ସେ ୧ ଅଗଷ୍ଟ ୨୦୨୦ ରୁ ୱେଷ୍ଟର୍ଣ୍ଣ ଏୟାର କମାଣ୍ଡର ମୁଖ୍ୟ ଥିଲେ। ଏୟାର ମାର୍ଶଲ ବିବେକ ରାମ ଚୌଧୁରୀଙ୍କ ନିଯୁକ୍ତି ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖ୍ୟ ମୁଖପାତ୍ର ଭାରତ ଭୂଷଣ ତାଙ୍କ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ଏହି ସୂଚନା ଦେଇଛନ୍ତି। ସେ ଟ୍ବିଟ୍ କରି କହିଛନ୍ତି ଯେ, “ଏୟାର ମାର୍ଶଲ ଭି.ଆର ଚୌଧୁରୀ, ପିଭିଏସଏମ, ଭିଏମଙ୍କୁ ନିଯୁକ୍ତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ବାୟୁସେନାର ଉପାଧ୍ୟକ୍ଷ ବାୟୁସେନାର ପରବର୍ତ୍ତୀ ମୁଖ୍ୟ ହେବେ। ବର୍ତ୍ତମାନର ବାୟୁସେନା ମୁଖ୍ୟ ହେଉଛନ୍ତି ବାୟୁସେନା ମାର୍ଶଲ ଆର.କେ. ଭଦୁରିଆ, PVSM, AVSM, VM, ADC 30 ସେପ୍ଟେମ୍ବର 2021 ରେ ସେବାରୁ ଅବସର ନେଉଛନ୍ତି। “

Related Posts