ପୋଖରୀରେ ବୁଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ବର : କଳାହାଣ୍ଡି ଜିଲ୍ଲାରେ ଅଘଟଣ। ଅସାବଧାନତା ଯୋଗୁଁ ଚାଲିଗଲା ଦୁଇ ଶିଶୁଙ୍କ ଜୀବନ। ଏଭଳି ଏକ ଅଘଟଣ ଘଟିଛି କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଥାନା ଅର୍ନ୍ତଗତ ବନ୍ଧପାରୀ ଗ୍ରାମପଞ୍ଚାୟତ କୁଟ୍ରୁଗୁଡା ଗାଁରେ । ଅସାବଧାନତା ଯୋଗୁଁ  ପୋଖରୀରେ ବୁଡି ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତକ ଶିଶୁ ଦୁଇ ଜଣ ହେଉଛନ୍ତି କୁଟ୍ରୁଗୁଡା ଗାଁର କୁସ୍ମିତା( ୮)ଓ ଗୋଦନ ମାଝୀ(୪) ।

ମିଳିଥିବା ସୂଚନା ଅନୁସାରେ , ଗତକାଲି  କୁସ୍ମିତା ଓ ସୁଶାନ୍ତ ଘର ନିକଟରେ ଥିବା ପୋଖରୀରେ ଖେଳୁଥିଲେ । ପରିବାର ଲୋକେ କ୍ଷେତରେ କାମ କରୁଥିବା ବେଳେ ଅସାବଧାନତା ଯୋଗୁଁ ନିକଟରେ ଥିବା ଏକ ପୋଖରୀରେ ଏହି ଶିଶୁ ଦୁଇ ଜଣ ବୁଡ଼ି ଯାଇଥିଲେ । ଏହାର କିଛି ସମୟ ପରେ ଉଭୟଙ୍କ ମୃତଦେହ ପୋଖରୀରୁ ଭାସୁଥିବାର ଦେଖିବାକୁ ମିଳିଥିଲା । ପରିବାର ଲୋକେ ସଙ୍ଗେ ସଙ୍ଗେ ଦୁଇ ଜଣ ଶିଶୁଙ୍କୁ ଉଦ୍ଧାର କରି ନିକଟସ୍ଥ ବିଶ୍ୱନାଥପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ବିଶ୍ୱନାଥପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି । ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି । 

Related Posts