ଗ୍ରାଉଣ୍ଡ ଜିରୋରେ ଡୋଭାଲ

ସତ୍ୟପାଠ ବ୍ୟୁରୋ : ଜାମ୍ମୁ ଓ କାଶ୍ମୀର ଯାଇ ସ୍ଥିତି ସମୀକ୍ଷା କରିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ଶ୍ରୀନଗରରେ ପହଂଚି ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ସ୍ଥାନୀୟ ଲୋକଙ୍କ ସହ ସେ ଆଲୋଚନା କରିଥିବା ଜଣାପଡିଛି । କେନ୍ଦ୍ର ସରକାରଙ୍କୁ ସେ ଏହି ରିପୋର୍ଟ ପ୍ରଦାନ କରିଛନ୍ତି ।

କାଶ୍ମୀରରେ ସ୍ଥିତି ସାମାନ୍ୟ ରହିଛି । ସୀମାରେ କୌଣସି ଉତ୍ତେଜନା ନାହିଁ । ପ୍ରତି ଟ୍ରାଫିକ ଚକରେ ଯାଂଚ ବ୍ୟବସ୍ଥା କଡାକଡି କରାଯାଇଛି । ମୋଟାମୋଟି ଭାବେ ଧାରା ୩୭୦ ଉଚ୍ଛେଦ ନେଇ କାଶ୍ମୀରରେ ସେଭଳି କିଛି ପରିସ୍ଥିତି ଖରାପ ନଥିବା ଡୋଭାଲ କହିଥିବା କୁହାଯାଉଛି ।

Related Posts