ଛୋଟ ପିଲାଙ୍କ ରେଳ ଟିକେଟକୁ ନେଇ ଅଖିଳେଶ ଯାଦବଙ୍କ ଅଭିଯୋଗ; ସ୍ପଷ୍ଟୀକରଣ ରଖିଲା ଭାରତୀୟ ରେଳବାଇ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତୀୟ ରେଳ ବିଭାଗ ସାରା ବିଶ୍ୱରରେ ସବୁଠାରୁ ବଡ ରେଳ ନେଟୱର୍କ ତାଲିକାରେ ରହିଛି । ପ୍ରତିଦିନ ଦେଶର କୋଟି କୋଟି ଲୋକ ରେଳରେ ଯାତ୍ରା କରିଥାନ୍ତି । ଏହି ଯାତ୍ରୀଙ୍କ ମଧ୍ୟରେ ଅନେକ ଛୋଟ ପିଲାମଧ୍ୟ ରହିଥାନ୍ତି । ତେବେ ରେଳ ବିଭାଗ ତରଫରୁ ୧ ରୁ ୫ ବର୍ଷ ମଧ୍ୟରେ ଛୋଟ ପିଲାଙ୍କ ପାଇଁ ଟିକେଟର ପ୍ରାବଧାନ ନାହିଁ ।ହେଲେ ଏବେ ରେଳ ମନ୍ତ୍ରଣାଳୟ ତରଫରୁ ଏହି ନିୟମର ପରିବର୍ତ୍ତନ କରାଯାଇଛି ବୋଲି ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଟ୍ୱିଟ କରି କହିଛନ୍ତି । ଅଖିଳେଶଙ୍କ ଯାଦବ ଏକ ଟ୍ୱିଟରେ ଦର୍ଶାଇଛନ୍ତି କି, ଭାରତୀୟ ରେଳବାଇ ଏବେ ୧ ବର୍ଷରୁ ୫ ବର୍ଷ ମଧ୍ୟରେ ପିଲାଙ୍କ ପାଇଁ ମଧ୍ୟ ରିଜର୍ଭଭେସନରେ ପୁରା ଟିକେଟ ଲଗାଇଛି । ଅଖିଳେଶ ଭାରତୀୟ ରେଳବାଇକୁ ଟାର୍ଗେଟ କରି କହିଛନ୍ତି ଯେ ଯାହାହେଉ ଭାରତୀୟ ରେଳବାଇ ଗର୍ଭବତୀ ମହିଳା ମାନଙ୍କୁ ଅତିରିକ୍ତ ଟିକେଟ ପାଇଁ କହିନାହିଁ। ତେବେ ଅଖିଳେଶ ବ୍ୟକ୍ତିଗତ ଟ୍ୱିଟର ହ୍ୟାଣ୍ଡଲରେ ରେଳବାଇକୁ ନେଇ ଏଭଳି ବିବାଦୀୟ ଟ୍ୱିଟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

ଅନ୍ୟପକ୍ଷରେ ଅଖିଳେଶଙ୍କର ଏଭଳି ଟ୍ୱିଟକୁ ରେଳବାଇ ପକ୍ଷରୁ ଖଣ୍ଡନ କରାଯାଇଛି । ରେଳବାଇର ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ୦-୪ କିନ୍ତୁ (୫ ବର୍ଷରୁ କମ) ପିଲାଙ୍କ ପାଇଁ ଟିକେଟର କୌଣସି ପ୍ରାବଧାନ ନଥିବା ବେଳେ ୫-୧୧ (୧୨ ବର୍ଷରୁ କମ) ବର୍ଷର ପିଲାଙ୍କ ପାଇଁ ବର୍ଥ ନେଲେ ପୁରା ଟିକେଟ ଓ ବର୍ଥ ନନେଲେ ଅଧା ଟିକେଟର ମୂଲ୍ୟ ଦେବାକୁ ପଡିବ । ସେହିିଭଳି ୧୨ ବର୍ଷରୁ ଅଧିକ ହୋଇଥିଲେ ପୁରା ଟିକେଟ କରିବାକୁ ପଡିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।

Related Posts