୧୫ ଦିନ ମଧ୍ୟରେ ଦିଲ୍ଲୀ ପୋଲିସ ନିକଟରେ ହାଜର ହେବେ ବର୍ଷା ପ୍ରିୟଦର୍ଶିନୀ, ନିର୍ଦ୍ଦେଶ ଦେଲେ ଓଡ଼ିଶା ହାଇକୋର୍ଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀ ପୋଲିସ ନିକଟରେ ହାଜର ହେବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ବର୍ଷାଙ୍କୁ ଦିଲ୍ଲୀ ପୋଲିସ ପାଖରେ ୧୫ ଦିନ ମଧ୍ୟରେ ହାଜର ହେବାକୁ ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ୧୫ ଦିନ ଯାଏ ବର୍ଷାଙ୍କ ଅନ୍ତରୀଣ ସୁରକ୍ଷା ବଳବର୍ତ୍ତର ରଖିଛନ୍ତି କୋର୍ଟ । ତେବେ ବର୍ଷାଙ୍କ ନାଁରେ ଜାତିଆଣ ଆକ୍ଷେପ ନେଇ ଦିଲ୍ଲୀରେ ମାମଲା ରୁଜୁ ହୋଇଥିଲା । ଏହାପରେ ଦିଲ୍ଲୀ ପୁଲିସ ବର୍ଷାଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲା। ତେବେ ଏହାକୁ ନେଇ ବର୍ଷା ଓଡ଼ିଶା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସୂଚନା ଅନୁଯାୟୀ, ସ୍ୱାମୀ ଅନୁଭବଙ୍କ କର୍ମଚାରୀଙ୍କ ପ୍ରତି ବର୍ଷା ଜାତିଆଣ ଆକ୍ଷେପ କରିଥିବା ନେଇ ଅଭିଯୋଗ ହୋଇଥିଲା। ଯାହାକୁ ନେଇ ଦିଲ୍ଲୀ ପୋଲିସ ପକ୍ଷରୁ ବର୍ଷକୁ ୨ ଥର ନୋଟିସ ହୋଇଥିଲା । ନୋଟିସ ସତ୍ତେ୍ୱ ବର୍ଷା ଦିଲ୍ଲୀ ପୋଲିସ ପାଖରେ ହାଜର ହୋଇନାହାନ୍ତି । ହାଜର ପରିବର୍ତ୍ତେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବର୍ଷା । ଏହାପରେ ଆଜି ହାଇକୋର୍ଟ ଦିଲ୍ଲୀ ପୋଲିସ ପାଖରେ ହାଜର ହେବାକୁ ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Related Posts