ଆତଙ୍କବାଦୀ ଆକ୍ରମଣ ନେଇ ସୂଚନା; କାଶ୍ମୀରର ରଜୌରୀ ଏବଂ ପୁଞ୍ଚରେ ଜାରି ହେଲା ହାଇଆଲର୍ଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ); କାଶ୍ମୀରର ରଜୌରୀ ଏବଂ ପୁଞ୍ଚରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କାରେ ହାଇଆଲର୍ଟ ଘୋଷଣା କରାଯାଇଛି । ଆତଙ୍କବାଦୀ ମାନେ ସେନା କ୍ୟାମ୍ପ, ଥାନା ଅଥବା ଧାର୍ମିକସ୍ଥଳରେ ଆକ୍ରମଣ କରିବା ନେଇ ସୂଚନା ମିଳିବା ପରେ ସମସ୍ତଙ୍କୁ ସତର୍କ କରାଯାଇଛି । ରଜୌରୀରେ ତିନିଦିନ ପୂର୍ବରୁ ସେନା ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ତେବେ ସେହି ସମୟରେ ୩ରୁ ୪ ଜଣ ଆତଙ୍କବାଦୀ ସେଠାରୁ ଖସିଯାଇଥିଲେ ଓ ସୁରକ୍ଷା କର୍ମୀଙ୍କ ଗୁଳିବିନିମୟରେ ୨ ଜଣ ନିହତ ହୋଇଥିଲେ ।

ଏଥିସହିତ ଗୁଳିବିନିମୟରେ ଦେଶର ୪ ଯବାନ ମଧ୍ୟ ସହିଦ ହୋଇଥିଲେ । ସେନା କ୍ୟାମ୍ପ ନିକଟରେ ଏହି ଆକ୍ରମଣ ହୋଇଥିଲା । ତେବେ ବିଶ୍ୱସ୍ଥ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ସୀମାପାରରୁ ଆତଙ୍କବାଦୀ ଦଳ ରଜୌରୀ-ପୁଞ୍ଚରେ ପ୍ରବେଶ କରିସାରିଛନ୍ତି । ଏଥିରେ ମୋଟ ୬ ଜଣ ଆତଙ୍କବାଦୀ ରହିଛନ୍ତି । ସମସ୍ତେ ଲସ୍କର-ଏ-ତୋଏବାର ସଦସ୍ୟ ବୋଲି ସୂଚନା ମିଳିଛି। ଏହାପରେ ସମ୍ପୂର୍ଣ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି।

Related Posts