ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଚଳିତ ବର୍ଷ ବିଧାନସଭା ନିର୍ବାଚନରେ ଉତ୍ତରପ୍ରଦେଶରେ ଭାରତୀୟ ଜନତା ପାର୍ଟି ସଂଖ୍ୟାଗରିଷ୍ଠତା ହାସଲ କରିଛି । ସେପଟେ ଏଥର କ୍ଷମତା ହାସଲ କରିବା ଲକ୍ଷ୍ୟରେ ଲଢ଼ୁଥିବା ସମାଜବାଦୀ ପାର୍ଟିକୁ ବଡ଼ ଝଟକା ମିଳିଛି । ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ଭାବରେ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଏହା ମଧ୍ୟରେ ସାମଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ବିଧାୟକ ପଦରୁ ଇସ୍ତଫା ଦେବାର କଥା ସାମ୍ନାକୁ ଆସିଛି । ତେବେ ଅଖିଳେଶଙ୍କର ସ୍ୱପ୍ନ ଭାଙ୍ଗିବା ପରେ ପୁଣିଥରେ ଅଖିଳେଶ ଦିଲ୍ଲୀ ମୁହାଁ ହେବାକୁ ଯୋଜନା କରୁଛନ୍ତି ।
ସେ ବିଧାୟକ ପଦରୁ ଇସ୍ତଫା ଦେଇ ସାଂସଦ ରହିବାକୁ ସ୍ଥିର କରିଥିବାର ସୂଚନା ମିଳିଛି । କାହିଁକିନା ଅଖିଳେଶଙ୍କୁ ସାଂସଦ ରହିବାକୁ ହେଲେ ବିଧାୟକ ପଦରୁ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିବ । ଅନ୍ୟପଟେ ଅଖିଳେଶଙ୍କର ଏହି ଫର୍ମୁଲାକୁ ଏସପି ନେତା ଆଜମ ଖାନ ମଧ୍ୟ ଆପଣାଇଛନ୍ତି । ସେ ମଧ୍ୟ ବିଧାୟକ ପଦରୁ ଇସ୍ତଫା ଦେଇ ସାଂସଦ ରହିବାକୁ ସ୍ଥିର କରିଥିବାର ଖବର ସାମ୍ନାକୁ ଆସିଛି ।
