ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶରେ ଆଉ ମାତ୍ର କିଛି ଦିନ ପରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏନେଇ ରାଜନୈତିକ ଦଳମାନେ ମଧ୍ୟ ଚଳଚଞ୍ଚଳ ହୋଇ ଉଠିଛନ୍ତି । ଏଭଳି ପରିସ୍ଥିତିରେ ବର୍ତ୍ତମାନ ସମସ୍ତ ଦଳର ପ୍ରାର୍ଥୀଙ୍କ ଦ୍ୱାରା ନାମାଙ୍କନପତ୍ର ଦାଖଲ କରାଯାଉଛି। ଏହା ମଧ୍ୟରେ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମେନପୁରୀର କରହଲ ଆସନରୁ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏନେଇ ଆଜି ଅଖିଳେଶ ଯାଦବ କଲେକ୍ଟର କାର୍ଯ୍ୟାଳୟରେ ପହଞ୍ଚି ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ। ଅଖିଳେଶ ଯାଦବଙ୍କ ସହ ଅନ୍ୟ ଏସପି ପ୍ରାର୍ଥୀମାନେ ମଧ୍ୟ ଆଜି ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି । ସେପଟେ ଅଖିଳେଶ ଯାଦବ ପ୍ରଥମ ଥର ପାଇଁ କରହଲ ଆସନରୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି ।

କିଛିଦିନ ପୂର୍ବରୁ କରହଲ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଥିଲେ। ଫେବୃଆରୀ ୨୦ ତାରିଖରେ ଜିଲ୍ଲାରେ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି । ଅଖିଳେଶ ଯାଦବଙ୍କ ନାମାଙ୍କନରେ ପୂର୍ବତନ ସାଂସଦ ତେଜ ପ୍ରତାପ ଯାଦବ ଏବଂ ସମାଜବାଦୀ ପାର୍ଟି ଜିଲ୍ଲା ସଭାପତି ଦେବେନ୍ଦ୍ର ସିଂ ଯାଦବ ମଧ୍ୟ ଯୋଗଦେବେ। ଏଥି ସହିତ ଏସପି ସୁପ୍ରିମୋଙ୍କ ନାମାଙ୍କନ ପାଇଁ ପାର୍ଟି କର୍ମୀମାନେ ବହୁତ ଉତ୍ସାହିତ ଅଛନ୍ତି। ଏଭଳି ପରିସ୍ଥିତିରେ ନାମଲେଖା ପାଇଁ ଏକ ବିରାଟ ଭିଡ଼ ହେବାର ସମ୍ଭାବନା ମଧ୍ୟ ଅଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ସତର୍କ ରହିଛି ଏବଂ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଅନ୍ୟପଟେ ୧୯୯୩ ପରଠାରୁ କରହଲ ବିଧାନସଭା ଆସନ ଏସପି ଦ୍ୱାରା ଅଧିକୃତ ହୋଇଆସୁଛି। ଏଥର ଉତ୍ତରପ୍ରଦେଶରେ ୧୦, ୧୪, ୨୦, ୨୩, ୨୭ ଫେବୃଆରୀ ଏବଂ ୩ ଏବଂ ୭ ମାର୍ଚ୍ଚରେ ସାତୋଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ଏଥି ସହିତ ମେନପୁରୀରେ ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ । ସେପଟେ ୧୯୯୩ ପରଠାରୁ କରହଲ ଆସନ ସମାଜବାଦୀ ପାର୍ଟି ଦ୍ୱାରା ଅଧିକୃତ ହୋଇ ଆସୁଛି । ବତ୍ତର୍ମାନ ଦେଖିବାର ବିଷୟ ଏଥର ବାଜି କିଏ ମାରୁଛି ।