ଭୁବନେଶ୍ୱର,୨୪/୧୨(ସତ୍ୟପାଠ ବ୍ୟୁରୋ): ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ବିରୋଧରେ ଜେଏମ୍ଏଫ୍ସି-୩ରେ ଚାର୍ଜସିଟ୍ ଦାଖଲ କରିଛି ନୟାପଲ୍ଲୀ ଥାନା ପୋଲିସ । ୫୦୧ ପୃଷ୍ଠାର ଚାର୍ଜସିଟ୍ ଦାଖଲ ହୋଇଛି । ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ୩କୋଟି ଟଙ୍କାର ବ୍ଲାକମେଲ୍ କରିବା ମାମଲାରେ ଏହି ଚାର୍ଜସିଟ୍ ଦାଖଲ କରାଯାଇଛି । ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲିଂ କରି ୩କୋଟି ଟଙ୍କା ମାଗିବା ସମ୍ବନ୍ଧୀୟ ପ୍ରମାଣ, ଡିଲ ବେଳର ପ୍ରମାଣ ସ୍ବରୂପ ଭିଡ଼ିଓ, କଲ୍ ରେକର୍ଡିଂ ଓ ଅନ୍ୟ କିଛି ପ୍ରମାଣ ସହ ଚାର୍ଜସିଟ୍ ଦାଖଲ କରିଛି ନୟାପଲ୍ଲୀ ଥାନା ପୋଲିସ ।
ସେପଟେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଗତକାଲି ଇଡି ଗିରଫ କରିବା ପରେ ୪ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି କୋର୍ଟ । ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୯ ଦିନ ରିମାଣ୍ଡ ନେଇ ପଚରାଉଚରା କରିଥିଲା ଇଡି । ଅର୍ଚ୍ଚନା-ଜଗବନ୍ଧୁଙ୍କୁ ଏକାଠି ବସାଇ ଖୋଳତାଡ଼ କରିଥିଲା ଇଡି । ଏହି ସମୟରେ ଅନେକ କିଛି ତଥ୍ୟ ଇଡି ହାତରେ ଲାଗିଛି । ତାସହ ଡିଜିଟାଲ୍ ପ୍ରମାଣ, ଯେପରି ମୋବାଇଲ୍, ସିସିଟିଭି ଏସବୁକୁ ତଦନ୍ତ ପରିସରକୁ ନେଇ ଯାଞ୍ଚ ହୋଇଛି । ହେଲେ କଣ ସବୁ ତଥ୍ୟ ହାତରେ ଲାଗିଛି, ତାହା ଏହି ମାମଲାରେ ବେଶ୍ ଗୁରୁତ୍ୱବହନ କରୁଛି ।
ତେବେ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ଇଲେକ୍ଟ୍ରୋନିକ ଡିଭାଇସ୍ ସମ୍ପର୍କରେ ପଚରାଉଚରା କରିବ ଇଡି । ଏହା ସହିତ ଆଗାମୀ ୨ ତାରିଖ ପର୍ଯ୍ୟନ୍ତ ଅର୍ଚ୍ଚନା ଏବଂ ଖଗେଶ୍ୱରଙ୍କ ବିଚାର ବିଭାଗୀୟ ହାଜତ ସମୟ ସୀମା ବଢ଼ିଛି ।