ପଶ୍ଚିମବଙ୍ଗର ସମସ୍ତ ୭୭ ବିଜେପି ବିଧାୟକଙ୍କୁ ମିଳିବ କେନ୍ଦ୍ରୀୟ ସୁରକ୍ଷା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପଶ୍ଚିମବଙ୍ଗ ବିଧାନସଭାର ନବ ନିର୍ବାଚିତ ସମସ୍ତ ୭୭ ଜଣ ବିଜେପି ବିଧାୟକଙ୍କୁ କେନ୍ଦ୍ରୀୟ ସୁରକ୍ଷା ଯୋଗାଇ ଦିଆଯିବ। ନିକଟରେ ନିର୍ବାଚନ ଫଳାଫଳ ଘୋଷଣା ପରେ ରାଜ୍ୟରେ ଲଗାତାର ଭାବେ ହିଂସାର ଖବର ସାମ୍ନାକୁ ଆସିଥିଲା। ନିର୍ବାଚନ ପରବର୍ତ୍ତୀ ହିଂସା ପରେ ବିଧାୟକ ମାନଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବିଜେପିର ସମସ୍ତ ବିଧାୟକଙ୍କୁ କେନ୍ଦ୍ରୀୟ ସୁରକ୍ଷା ପ୍ରଦାନ କରିଛି। ମିଳିଥିବା ସୂଚନା ମୁତାବକ , ୭୭ ଜଣ ବିଜେପି ବିଧାୟକଙ୍କ ମଧ୍ୟରୁ ୬୧ ଜଣଙ୍କୁ ‘X’ କାଟାଗୋରୀ ସୁରକ୍ଷା ଯୋଗାଇ ଦିଆଯିବ । ସେମାନଙ୍କ ସୁରକ୍ଷାରେ ସିଆଇଏସ୍‌ଏଫ୍ କମାଣ୍ଡୋମାନଙ୍କୁ ନିୟୋଜିତ ହେବେ। ବାକି ବିଧାୟକମାନଙ୍କୁ ପୂର୍ବରୁ Y କ୍ୟାଟେଗୋରୀ ସୁରକ୍ଷା ଯୋଗାଇ ଦିଆଯାଇଛି । ଅପରପକ୍ଷେ ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ‘Z’ କାଟାଗୋରୀ ସୁରକ୍ଷା ଯୋଗାଇ ଦିଆଯାଇଛି। ତାଙ୍କ ସୁରକ୍ଷା ଦାୟିତ୍ୱରେ ସିଆର୍‌ପିଏଫ୍ ଯବାନଙ୍କୁ ମୁତୟନ କରାଯାଇଛି। ତେବେ କେତେ ଜଣ ବିଧାୟକଙ୍କୁ କେଉଁ କାଟାଗୋରୀ ସୁରକ୍ଷା ମିଳିଛି ତାକୁ ନେଇ ଦ୍ବନ୍ଦ୍ବ ରହିଛି। TOI ରିପୋର୍ଟ ଅନୁଯାୟୀ ସମସ୍ତ ୭୭ ବିଧାୟକମାନଙ୍କୁ X କାଟାଗୋରୀ ସୁରକ୍ଷା ମିଳିଥିବା ବେଳେ ଇଣ୍ଡିଆ ଟୁଡେ କହିଛି ଯେ 61 ଜଣ ବିଧାୟକଙ୍କୁ X କାଟାଗୋରୀ ସୁରକ୍ଷା ପ୍ରଦାନ କରାଯାଇଛି ଏବଂ ବାକି 10 ଜଣଙ୍କୁ ଅତିରିକ୍ତ ସୁରକ୍ଷା ପ୍ରଦାନ କରାଯାଇଛି। ବିଜେପି ସାଧାରଣ ସମ୍ପାଦକ କୈଳାଶ ବିଜୟବର୍ଗିଆ କହିଛନ୍ତି ଯେ,” ଆମର 77 ବିଧାୟକଙ୍କୁ ସୁରକ୍ଷା ଯୋଗାଇବା ପାଇଁ ଆମେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଅନୁରୋଧ କରିଥିଲୁ। ଯଦି ହିଂସା କମିଯାଏ, ତେବେ ସେମାନେ ସୁରକ୍ଷା ବିଷୟରେ ପୁନର୍ବିଚାର କରିପାରିବେ କିନ୍ତୁ ବର୍ତ୍ତମାନ ପାଇଁ ଆମର ଏହା ଆବଶ୍ୟକ” । ଏପଟେ ଜଣେ ଟିଏମସ କର୍ମୀ ଦାବି କରିଛନ୍ତି ଯେ ବିଜେପି ବିଧାୟକମାନଙ୍କୁ ସୁରକ୍ଷା ଦିଆଯାଉଛି କାରଣ ତାଙ୍କୁ ସରକ୍ଷା ନମିଳିଲେ ସେମାନଙ୍କ ମଧ୍ୟରୁ ଅଧା ଦଳ ଛାଡିଦେବେ। ଟିଏମସି ନେତା ଆହୁରି ମଧ୍ୟ କହିଛନ୍ତି ଯେ , “ବିଜେପି ଅନୁଭବ କରୁଛି ଯେ ସୁଭେନ୍ଦୁ ଆଧୀକାରୀ ବିରୋଧୀ ଦଳର ନେତା ହୋଇଥିବାରୁ ବିଧାୟକମାନେ ଅତ୍ୟନ୍ତ ଅସନ୍ତୁଷ୍ଟ।” ବିଜେପି ବିଧାୟକ ମାନଙ୍କୁ ମିଳିଥିବା କେନ୍ଦ୍ରୀୟ ସୁରକ୍ଷାକୁ ନେଇ ଟିଏମସି ନେତା ମହୁଆ ମୈତ୍ରା କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଟୁଇଟ କରି ସମାଲୋଚନା କରିଛନ୍ତି। ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ​​ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି ପୂର୍ଣ୍ଣ ବହୁମତ ସହ ସରକାର ଗଠନ କରିଛି । 294 ସଦସ୍ୟ ବିଶିଷ୍ଟ ବିଧାନସଭାରେ ଟିଏମସି 213 ନିର୍ବାଚନମଣ୍ଡଳୀରେ ଜିତିଥିବାବେଳେ ବିଜେପି 77 ଟି ଆସନ ପାଇଛି। ନିର୍ବାଚନ ପରେ ରାଜ୍ୟରୁ ହିଂସା ଖବର ପ୍ରକାଶ ପାଇଥିଲା।

Related Posts