“ଆମେ ପୂଜା କରୁଥିବା ସମସ୍ତ ଦେବାଦେବୀ ଜାତିରେ ଶୁଦ୍ର, କୌଣସି ଭଗବାନ ବ୍ରାହ୍ମଣ ନୁହନ୍ତି” : ଜେଏନୟୁ କୁଳପତି ଶାନ୍ତିଶ୍ରୀ ଧୁଲିପୁଡି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ହିନ୍ଦୁ ଦେବା ଦେବୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର କୁଳପତି । ଏହି ମନ୍ତବ୍ୟ କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଜେଏନୟୁର କୁଳପତି ଶାନ୍ତିଶ୍ରୀ ଧୁଲିପୁଡି କହିଛନ୍ତି ଯେ, ମନୁସ୍ମୃତି ଅନୁସାରେ, ସମାଜର ସବୁ ମହିଳା ଶୁଦ୍ର । ସବୁ ଦେବାଦେବୀ ମଧ୍ୟ ଶୁଦ୍ର । ଆମେ ପୂଜା କରୁଥିବା କୌଣସି ଦେବା ଦେବୀ ବ୍ରାହ୍ମଣ ନୁହଁନ୍ତି । ଏପରିକି ଶ୍ମଶାନରେ ରହୁଥିବାରୁ ଭଗବାନ୍ ଶିବ ମଧ୍ୟ ଶୁଦ୍ର ବୋଲି କହିଛନ୍ତି କୁଳପତି । ସେ ଆହୁରି କହିଛନ୍ତି ଯେ, ‘ମା’ ମହାଲକ୍ଷ୍ମୀ, ଶକ୍ତି ଏପରିକି ମହାପ୍ରଭୁ ଶ୍ରୀ ଜଗନ୍ନାଥ ମଧ୍ୟ ମୁନୁଷ୍ୟ ଜାତିର ବିଜ୍ଞାନ ଅନୁସାରେ ଉଚ୍ଚ ଜାତିର ନୁହଁନ୍ତି । ଶ୍ରୀ ଜଗନ୍ନାଥ ମୂଳ ରୂପରେ ଶବର ସମ୍ପ୍ରଦାୟର । ତେଣୁ ଏବେ ସମାଜରେ ଜାତିକୁ ନେଇ ଏତେ ଭେଦଭାବ କାହିଁକି?ତେଣୁ ସମୟ ଆସିଛି ପ୍ରତିଟି ନାଗରିକ ଡ. ଆମ୍ବେଦକରଙ୍କ ମତ ଉପରେ ବିଚାର କରନ୍ତୁ । ତାଙ୍କର ଏହି ମତକୁ ଅନେକ ବିଦ୍ଧିଜୀବୀ ପ୍ରଶଂସା କରୁଛନ୍ତି । ଅନ୍ୟପଟେ ଏହାକୁ ନେଇ ନକାରାତ୍ମକ ଚର୍ଚ୍ଚା ହେବାର ଅଶଙ୍କାକ ମଧ୍ୟ ଏଡାଇ ଦିଅଯାଇନପାରେ ।

ସୂଚନା ଅନୁସାରେ ସୋମବାର ସମ୍ବିଧାନର ପ୍ରଣେତା ଡ. ବି.ଆର. ଆମ୍ବେଦକର ଶୀର୍ଷକ ଆଲୋଚନା ଚକ୍ରରେ ଯୋଗ ଦେଇ ଜେଏନୟୁ କୁଳପତି ଶାନ୍ତିଶ୍ରୀ ଧୁଲିପୁଡି ଦେଶର ବର୍ତ୍ତମାନ ସ୍ଥିତି ଉପରେ ଅଲୋକପାତ କରିଛନ୍ତି । ବିନା କାରଣରେ ଦେଶରେ ଜାତି ପ୍ରଥାକୁ ନେଇ ସୃଷ୍ଟି ହେଉଥିବା ଦଙ୍ଗାକୁ ବିରୋଧ କରିବା ସହ ଏପରି ଏକ ବୟାନ ଦେଇଛନ୍ତି, ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

Related Posts