ଲୋକେ ମୋ ଉପରେ କାହିଁକି ରାଗୁଛନ୍ତି, ରାଗିବାର ଅଛି ତ ଆମ୍ବେଦକରଙ୍କ ଉପରେ ରାଗନ୍ତୁ : ଜେଏନୟୁ କୁଳପତି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କୌଣସି ଭଗବାନ ଉଚ୍ଚ ଜାତିର ନୁହନ୍ତି, ନିଜର ଏହି ବୟାନକୁ ନେଇ ବିବାଦ ଘେରରେ ଜବାହରଲାଲା ବିଶ୍ଵ ବିଦ୍ୟାଳୟ(ଜେଏନୟୁ)ର କୁଳପତି ଶାନ୍ତିଶ୍ରୀ ଧୂଳିପୁଡି। ଏନେଇ ସେ ସମାଲୋଚନା ର ଶିକାର ମଧ୍ୟ ହୋଇଛନ୍ତି। ଏହାପରେ ସେ ତାଙ୍କର ସମାଲୋଚକଙ୍କୁ ରୋକ୍ ଠୋକ୍ ଜବାବ ଦେଇ କହିଛନ୍ତି ଯେ, ତାଙ୍କ ବୟାନକୁ କଦର୍ଥ ଭାବେ ଚିତ୍ରଣ କରାଗଲା। ସେ ବି ଆର ଆମ୍ବେଦକରଙ୍କ କଥାକୁ ବ୍ୟାଖ୍ୟା କରୁଥିଲେ।ସେ ଆହୁରି କହିଛନ୍ତି ଯେ, ଏକ କାର୍ଯ୍ୟକ୍ରମରେ ମୋତେ ଲିଙ୍ଗଗତ ନ୍ୟାୟ ଉପରେ ଆମ୍ବେଦକରଙ୍କ ବିଚାର ଉପରେ କହିବାକୁ କୁହାଯାଇଥିଲା। ମୁଁ ଆମ୍ବେଦକରଙ୍କ କଥାକୁ ବ୍ୟାଖ୍ୟା କରୁଥିଲି। ଆପଣ ତାଙ୍କର ଲେଖନୀ ଦେଖି ପାରିବେ, ସେଥିରେ ସେ କଣ ଲେଖିଛନ୍ତି। ଲୋକେ ମୋ ଉପରେ କାହିଁକି ରାଗୁଛନ୍ତି। ରାଗିବାର ଅଛି ତ ଆମ୍ବେଦକରଙ୍କ ଉପରେ ରାଗନ୍ତୁ। ମୋତେ କଣ ପାଇଁ ବିବାଦ ଭିତରକୁ ଜବରଦସ୍ତି ଟଣା ଯାଉଛି ବୋଲି ଜେଏନୟୁର କୁଳପତି କହିଛନ୍ତି।

ସୂଚନା ଅନୁସାରେ, ନିକଟରେ ଜେଏନୟୁର କୁଳପତି ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ, କୌଣସି ଭଗବାନ ଉଚ୍ଚ ଜାତିର ନୁହନ୍ତି। ଆମେ ପୂଜା କରୁଥିବା ସମସ୍ତ ଦେବାଦେବୀ ଜାତିରେ ଶୁଦ୍ର। କୌଣସି ଦେବାଦେବୀ ବ୍ରାହ୍ମଣ ନୁହନ୍ତି। ଏହି ମନ୍ତବ୍ୟ ପରେ ତାଙ୍କୁ ଚରିଆଡୁ ସମାଲୋଚନା ର ଶିକାର ହେବାକୁ ପଡିଛି।

Related Posts