ଆସନ୍ତାବର୍ଷରୁ ଜେଏନ୍‌ୟୁରେ ଆରମ୍ଭ ହେବ ଓଡ଼ିଆ ପାଠ୍ୟକ୍ରମ

ଭୁବନେଶ୍ୱର,୧୪/୧୨(ସତ୍ୟପାଠ ବ୍ୟୁରୋ): ଦେଶର ଖ୍ୟାତି ସମ୍ପନ୍ନ ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟ (ଜେଏନ୍‌ୟୁ)ରେ ଆସନ୍ତାବର୍ଷରୁ ଆରମ୍ଭ ହେବ ଓଡ଼ିଆ ପାଠ୍ୟକ୍ରମ। ଏଥିପାଇଁ ରାଜ୍ୟ ସରକାର ଆଗ୍ରହ ପ୍ରକାଶ କରିଛନ୍ତି। ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ବର୍ଷରୁ ଜେଏନ୍‌ୟୁରେ ଭାରତୀୟ ଭାଷା ସ୍କୁଲ ଖୋଲିବ। ଦେଶର ବିଭିନ୍ନ ଭାଷାରେ ସାହିତ୍ୟ,ସଂସ୍କୃତି ଏବଂ ଇତିହାସ ପାଠ୍ୟକ୍ରମ ପ୍ରଚଳନ ହେବ। ଏଠାରେ ଛାତ୍ରଛାତ୍ରୀମାନେ ସାର୍ଟିଫିକେଟ ପାଠ୍ୟକ୍ରମ ସହ ସ୍ନାତକୋତ୍ତର ପାଠ୍ୟକ୍ରମରେ ମଧ୍ୟ ସାମିଲ ହେବେ।

ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ସମେତ ତାମିଲନାଡ଼ୁ, କର୍ଣ୍ଣାଟକ, ମହାରାଷ୍ଟ୍ର, ଆସାମ ଓ ପଣ୍ଡିଚେରୀ ଏହି ପାଠ୍ୟକ୍ରମ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ୫ଟି ରାଜ୍ୟ ସରକାର ୧୦ କୋଟି ଲେଖାଏ ପାଣ୍ଠି ଯୋଗଇ ଦେବେ। ସମ୍ବନ୍ଧିତ ରାଜ୍ୟ ସରକାରଙ୍କ ଦ୍ବାରା ପାଠ୍ୟକ୍ରମର ରୂପରେଖ ମଧ୍ୟ ପ୍ରସ୍ତୁତ ହେବ ଓ ସେହି ପାଠ୍ୟକ୍ରମ ଅନୁସାରେ ଛାତ୍ରଛାତ୍ରୀମାନେ ଶିକ୍ଷା ଗ୍ରହଣ କରିବେ। ତେବେ ‌ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟ ପକ୍ଷରୁ ଦେଶର ଅନ୍ୟ ରାଜ୍ୟମାନଙ୍କ ସହିତ ମଧ୍ୟ ଏହି ପାଠ୍ୟକ୍ରମରେ ସାମିଲ ହେବାପାଇଁ ବିଚାରବିମର୍ଶ ଚାଲିଥିବା ସୂଚନା ମିଳିଛି।

Related Posts