କେନ୍ଦ୍ରକୁ ‘ସୁପ୍ରିମ୍‌’ ଝଟ୍‌କା; ସିବିଆଇ ନିର୍ଦ୍ଦେଶକ ପଦରେ ରହିବେ ଆଲୋକ ବର୍ମା

ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ମିଳିଛି ବଡ଼ ଆଶ୍ବସ୍ତି । ପଦରେ ରହିବେ ସିବିଆଇ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା । ସିବିଆଇର ଦୁଇ ବରିଷ୍ଠ ଅଧିକାରୀ ଆଲୋକ ବର୍ମା ଓ ରାକେଶ ଅସ୍ଥାନାଙ୍କ ମଧ୍ୟରେ ବିବାଦକୁ ନେଇ କେନ୍ଦ୍ର ସରକାର ଉଭୟଙ୍କୁ ଛୁଟିରେ ପଠାଇ ଦେଇଥିଲେ । କିନ୍ତୁ କେନ୍ଦ୍ରର ଏହି ନିଷ୍ପତ୍ତିକୁ ଖାରଜ କରିଦେଇଛନ୍ତି ‘ସୁପ୍ରିମ’ ଅଦାଲତ ।

ଆଲୋକ ବର୍ମାଙ୍କୁ ତାଙ୍କ ପଦରୁ ବାହାର କରାଯିବ ନାହିଁ ବୋଲି ସୁପ୍ରମକୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି । କୋର୍ଟ କହିଛନ୍ତି ନିଯୁକ୍ତି, ପଦରୁ ବାହାର କରିବା ବା ବଦଳି ପାଇଁ ନିୟମ ରହିଛି । ଆଲୋକ ବର୍ମାଙ୍କ କାର୍ଯ୍ୟକାଳ ଶେଷ ହୋଇନାହିଁ ଏବଂ ସେ ପଦରେ ରହିଛନ୍ତି । ତେଣୁ ତାଙ୍କୁ ପଦରୁ ବାହାର କରାଯାଇପାରିବ ନାହିଁ । କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ ଅର୍ଥାତ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଆଲୋକ ବର୍ମା ସିବିଆଇର ନିର୍ଦ୍ଦେଶକ ପଦରେ ରହିବେ । ତେବେ ସେ କୌଣସି ନୀତିଗତ ନିଷ୍ପତ୍ତି ନେଇପାରିବେ ନାହିଁ ।

Related Posts