କେମିତି ମାନିବି ତୁମେ ମୋ ନେତା !

Bijay Mohapatra

ଭୁବନେଶ୍ୱର – ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ନେଇ ବଢ଼ୁଛି ସସପେନ୍ସ । ଭାରତୀୟ ଜନତା ପାର୍ଟିରେ ଦୀର୍ଘଦିନର ବନ୍ଦୀ ଜୀବନରୁ ବାହାରି ଆସି ଓଡିଶା ରାଜନୀତି ଆକାଶରେ ଏକ ମୁକ୍ତ ବିହଙ୍ଗ ଭାବେ ଉଡ଼ିବା ପାଇଁ ବିଜୟ ଦେଖିଥିବା ସ୍ୱପ୍ନ ଯେମିତି ବାସ୍ତବତା ଠାରୁ ଦୁରେଇ ଯାଉଛି । ବିଜେଡିକୁ ଯିବାର ଆଦୌ ଚାନ୍ସ ନଥିବା ବେଳେ ନୂଆଦଳ ଗଢ଼ି ଦ୍ୱିତୀୟ ବାର ସମାଲୋଚିତ ଓ ଲଜ୍ଜିତ ହେବାକୁ ଚାହୁଁ ନାହାଁନ୍ତି ବିଜୟ । ଏମିତିରେ କଂଗ୍ରେସ ହିଁ ତାଙ୍କ ପାଇଁ ଏକମାତ୍ର ବିକଳ୍ପ ଥିବା ବେଳେ ଗୋଟିଏ କଥାରେ ଅଟକି ଯାଇଛନ୍ତି ବିଜୟ ।

ସତ୍ୟପାଠକୁ ମିଳିଥିବା ଖବର ଅନୁସାରେ, ବିଜୟ ବାବୁ କଂଗ୍ରେସକୁ ଆସିବା ରାସ୍ତା ଏକଦମ ପରିସ୍କାର ହୋଇଗଲାଣି । କଥାବାର୍ତ୍ତା ବି ଶେଷ ପର୍ଯ୍ୟାୟରେ ପହଂଚିଗଲାଣି । କିନ୍ତୁ ନିରଂଜନଙ୍କ ପାଖରେ କଥା ଅଟକି ଯାଇଛି । ପାଠକେ ଜାଣିଥିବେ ବିଜୟ ମହାପାତ୍ର, ନରସିଂହ ମିଶ୍ର ଓ ନିରଂଜନ ପଟ୍ଟନାୟକଙ୍କ ମଧ୍ୟରେ ରହିଛି ଉତ୍ତମ ସଂପର୍କ । ବିରୋଧୀ ଦଳରେ ରହିଲେ ବି ଏମାନେ କେହି କେବେ କାହା ବିରୁଦ୍ଧରେ ମନ୍ତବ୍ୟ ଦେଇଥିବା କେହି ଦେଖି ନାହାଁନ୍ତି । ସେ ଯାହା ବି ହେଉ, ନିରଂଜନଙ୍କୁ କେଉଁଭଳି ଭାବେ ବିଜୟ ନିଜର ନେତା ବୋଲି ମାନିବେ ଏବେ ସେଇ କଥା ଭାବୁଛନ୍ତି ।

ବିଜୁ ବାବୁଙ୍କ ସହ କାମ କରିଥିବା, ନବୀନଙ୍କୁ ନେତା କରିଥିବା ବରିଷ୍ଠ ଓ ଅଭିଜ୍ଞ ନେତା ହେଉଛନ୍ତି ବିଜୟ ମହାପାତ୍ର । ତେଣୁ ନିଜ ବନ୍ଧୁଙ୍କୁ କେମିତି ସେ ନେତା ବୋଲି ଧରିନେବେ । ଯେଉଁଥିପାଇଁ ବିଜୟ ବାବୁ ଏବେ ତ୍ରିଶଙ୍କୁ ସ୍ଥିିତିରେ ପଡି ଯାଇଛନ୍ତି । ଏମିତି ହେଲେ ବି ସମାଲୋଚିତ ହୋଇ ପାରନ୍ତି ବିଜୟ । ଲୋକେ ଏକଥା ବି କହିପାରନ୍ତି, ‘ସୁନ୍ଦରୀ ସେଇ ସ୍ୱାମୀ…., ବଉଁଶ ବୁଡ଼ାଇ ମାରିଲା’ । କାରଣ ନବୀନଙ୍କୁ ନେତା ମାନିଲେନି ବୋଲି ବିଜୟଙ୍କୁ ବିଜେଡିରୁ ବିଦା କରାଯାଇଥିବା ଲୋକେ ଜାଣନ୍ତି । ତେଣୁ ନବୀନଙ୍କୁ ନେତା ମାନୁ ନଥିବା ବ୍ୟକ୍ତି ନିରଂଜନଙ୍କୁ ବା କେମିତି ନେତା ମାନିଲେ, ଏହା ବି ବିଜୟଙ୍କ ପାଇଁ ଶରବ୍ୟର ଶବ୍ଦ ହୋଇପାରେ ।

ତଥାପି ସତ୍ୟପାଠର ପୂର୍ବାନୁମାନ କହୁଛି, କଂଗ୍ରେସରେ ହିଁ ଯୋଗଦେବେ ବିଜୟ । ତାହା ବି ଖୁବଶୀଘ୍ର । ନିର୍ବାଚନକୁ ଦିନ କେଇଟା ଥିବା ବେଳେ କେନ୍ଦ୍ରାପଡ଼ା ପାଣିପାଗରେ ଏହା ଭିତରେ ଅନେକ ପରିବର୍ତ୍ତନ ଆସିଛି । ତେଣୁ ବିଜୟଙ୍କୁ ଦଳକୁ ନେଇ କଂଗ୍ରେସ ମଧ୍ୟ ବିଜୟୀ ଭବଃ ପାଇଁ ଆଗ୍ରହୀ । ତେବେ ବିଜୟଙ୍କୁ ନେଇ କଂଗ୍ରେସର ସମୀକରଣ କେତେ ଫଳପ୍ରଦ ହେଉଛି ତା’ ଉପରେ ସମସ୍ତଙ୍କର ନଜର ରହିଛି ।

Related Posts