କାଶ୍ମୀର ପାଇଁ ଜୀବନ ଦେଇଦେବି : ଅମିତ ଶାହ

ସତ୍ୟପାଠ ବ୍ୟୁରୋ : ଲୋକସଭାରେ ଉପସ୍ଥାପିତ ହୋଇଛି ‘କାଶ୍ମୀର’ ବିଲ । ଏହାକୁ ନେଇ କଂଗ୍ରେସ ସଦସ୍ୟ ପ୍ରବଳ ହଟ୍ଟଗୋଳ କରିଛନ୍ତି । ଜାମ୍ମୁ ଓ କାଶ୍ମୀର ପୁର୍ନଗଠନ ପ୍ରସଙ୍ଗରେ ଭାରତ ସରକାର ଅଗଣତାନ୍ତ୍ରୀକ ଓ ଅସାମ୍ବିଧାନିକ ଭାବେ ନିଷ୍ପତି ନେଇଛନ୍ତିି ବୋଲି ଅଭିଯୋଗ କରିଛି କଂଗ୍ରେସ । ଏହାର ଜବାବରେ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଦରକାର ପଡିଲେ କାଶ୍ମୀର ପାଇଁ ଜୀବନ ଦେଇଦେବି ।

ଲୋକସଭା କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସାଂସଦ ଅଧିର ରଂଜନ ଚୌଧୁରୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । କିଛି ନଜାଣି ନବୁଝି ଏହି ନିଷ୍ପତି ନିଆଯାଇଥିବା ଅଭିଯୋଗ କରିଥିଲେ ଅଧିର ରଂଜନ । ଏହାର ଉତ୍ତରରେ କାଶ୍ମୀର ପାଇଁ ଜୀବନ ଦେବାକୁ ପଡିଲେ ତାହା କରିବି ବୋଲି କହିଥିଲେ ଶାହା । ଏହାସହ କାଶ୍ମୀର ସୀମା ଭିତରେ ପିଓକେ ଯାଉଥିବା କହିଛନ୍ତି ଶାହ ।

 

ଏହି ପ୍ରସଙ୍ଗରେ ଲୋକସଭାରେ ଏହାକୁ ନେଇ ଆଜି ତର୍କ ଚାଲିଛି । ଆଲୋଚନା ପରେ ଗୃହମନ୍ତ୍ରୀ ଜବାବ ରଖିବେ । ଗତକାଲି ରାଜ୍ୟସଭାରେ ଏହି ବିଲ ପାରିତ ହୋଇଛି ।

Related Posts