ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଅବହେଳାକୁ ବରଦାସ୍ତ କରାଯିବ ନାହିଁ, କଂଗ୍ରେସର ସମସ୍ତ ବଡ ନେତା କ୍ଷମା ମାଗନ୍ତୁ: ଅମିତ ଶାହା

ସତ୍ୟପାଠ ବ୍ୟୁରୋ, ୦୬/୦୧: ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାକୁ ନେଇ ଘଟିଥିବା ବଡ଼ ଧରଣର ଅଘଟଣ ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପଞ୍ଜାବ ର କଂଗ୍ରେସ ସରକାରଙ୍କୁ ନିନ୍ଦା କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ ପଞ୍ଜାବରେ କଂଗ୍ରେସ ଦ୍ୱାରା ପ୍ରସ୍ତୁତ ଏହି ଘଟଣା। E ଘଟଣା ଦର୍ଶାଉଛି କଂଗ୍ରେସ ଦଳ କିପରି ଭାବୁଛି ଏବଂ କାର୍ଯ୍ୟ କରୁଛି। ଲୋକମାନେ କଂଗ୍ରେସକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରିଥିବାରୁ ଏହି ଦଳ ହତାଶା ଓ ଉତ୍କଣ୍ଠା ପଥରେ ଗତି କରିଛି। କଂଗ୍ରେସର ବରିଷ୍ଠ ନେତାମାନେ ପଞ୍ଜାବରେ ଯାହା କରିଛନ୍ତି ସେଥିପାଇଁ ଭାରତବାସୀଙ୍କୁ କ୍ଷମା ମାଗିବା ଉଚିତ୍ ବୋଲି କହିଛନ୍ତି ଅମିତ୍ ଶାହ।

ପଞ୍ଜାବରେ ସୁରକ୍ଷା ଉଲ୍ଲଂଘନ ସମ୍ପର୍କରେ ଗୃହ ମନ୍ତ୍ରଣାଳୟ ବିସ୍ତୃତ ରିପୋର୍ଟ ମାଗିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ସୁରକ୍ଷା ପ୍ରକ୍ରିୟାରେ ଏଭଳି ଅବହେଳା ସମ୍ପୂର୍ଣ୍ଣ ଗ୍ରହଣୀୟ ନୁହେଁ ଏବଂ ଉତ୍ତରଦାୟିତ୍ୱ ସ୍ଥିର କରାଯିବ ବୋଲି ଅମିତ ଶାହା କହିଛନ୍ତି।

Related Posts