ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପ୍ରସଙ୍ଗ: “କୌଣସି ଅଫିସରଙ୍କୁ ସସପେଣ୍ଡ କରାଯିବ ନାହିଁ ” – ପଞ୍ଜାବ ମୁଖ୍ୟମନ୍ତ୍ରୀ

ସତ୍ୟପାଠ ବ୍ୟୁରୋ, ୦୬/୦୧: ପଞ୍ଜାବ ଗସ୍ତବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷା ନିୟମ ଉଲଂଘନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଚରଣଜିତସିଂ ଚନ୍ନି ରୋକ ଠୋକ ବୟାନ ରଖିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀ ରେ ସେ କହିଛନ୍ତି ଯେ “ପ୍ରଧାନମନ୍ତ୍ରୀ ଗସ୍ତ୍ତାଧାରୁ ଦିଲ୍ଲୀ ଫେରିଯିବାକୁ ନେଇ ମୁଁ ଦୁଖିତ, ତେବେ ସୁରକ୍ଷାକୁ ନେଇ ଯେଉଁ ଅଭିଯୋଗ ହେଉଛି ତାହା ଠିକ୍ ନୂହଁ। ସୁରକ୍ଷା ମାମଲାରେ କୌଣସି ଢିଲା ହୋଇନାହିଁ, ପ୍ରଧାନମନ୍ତ୍ରୀଙ୍କ ଗାଡିକୁ ସେହିଠାରେ ଅଟକାଇ ଦିଆଯାଇଥିଲା ଯେଉଁଠାରେ କୃଷକମାନେ ଆନ୍ଦୋଳନରେ ବସିଥିଲେ । ପ୍ରଦର୍ଶନକାରୀଙ୍କୁ ଉଠାଇ ଦେବାକୁ ୧୦-୨୦ ମିନିଟ ସମୟ ଲାଗିଲା । ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା କି ସେ ଆସୁ୍ଥିବା ରାସ୍ତାରେ କୃଷକମାନେ ଧାରଣାରେ ବସିଛନ୍ତି ତେଣୁ ତାଙ୍କୁ ଅଲଗା ରାସ୍ତାରେ ଆସିବା ପାଇଁ ପରାମର୍ଶ ଦିଆଯାଇଥିଲା ହେଲେ ସେ ଫେରିଯିବାକୁ ନିଷ୍ପତ୍ତି ନେଇଥିଲେ । ଯଦି ସୁରକ୍ଷା ବ୍ୟବସ୍ଥାରେ କୌଣସି ତ୍ରୁଟିଥିବ ତେବେ ତାହା ଉପରେ ଯାଂଚ କରାଯିବ ଓ କାର୍ଯ୍ୟନୁଷ୍ଠାନ ନିଆଯିବ। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଉପରେ କୌଣସି ବିପଦ ନାହିଁ” ବୋଲି ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ଚନ୍ନି ଏକଥା ବି କହିଛନ୍ତି ଯେ କୃଷକମାନେ ଗତ ୧ ବର୍ଷରୁ ଅଧିକ ସମୟ ଧରି ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଜାରି ରଖିଛନ୍ତି ଏପରି ସ୍ଥିତି ରେ ପଞ୍ଜାବ ସରକାର କୃଷକଙ୍କ ଉପରେ ଲାଠିଚାର୍ଜ କରିପାରିବ ନାହିଁ । ଏନେଇ ସେ ଗତକାଲି ରାତିରେ କୃଷକଙ୍କ ସହ ଆଲୋଚନା କରିଥିବା କଥା ମଧ୍ୟ ଚନ୍ନି କହିଛନ୍ତି । ଆଲୋଚନା ପରେ ସେମାନେ ତାଙ୍କର ଆନ୍ଦୋଳନ ସମାପ୍ତ କରିଦେଇଥିଲେ । ହେଲେ ଅଚାନକ ଆଜି ଫିରୋଜପୁର ଜିଲ୍ଲାର କିଛି ଆନ୍ଦୋଳନକାରୀ ଏକତ୍ରୀତ ହୋଇ ଧାରଣାରେ ବସିଥିଲେ ।

ତେବେ ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସୁରକ୍ଷା ଢିଲା କାରଣରୁ କୌଣସି ଅଧିକାରୀଙ୍କୁ ନିଲମ୍ବିତ କରାଯିବ ନାହିଁ ।

Related Posts