ଅମିତ ଶାହାଙ୍କୁ ଚେତାବନୀ, ଆମ ଉପରେ ହିନ୍ଦୀ ଲଦିବା ବନ୍ଦ୍ କରନ୍ତୁ – ପ୍ରକାଶ ରାଜ୍

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ହିନ୍ଦି ଭାଷାକୁ ନେଇ ବଡ଼ ବୟାନ ଦେଇଥିଲେ । ତେବେ ହିନ୍ଦୀ ଭାଷାକୁ ଇଂରାଜୀ ପାଇଁ ବିକଳ୍ପ ଭାବରେ ଗ୍ରହଣ କରାଯିବା ଆବଶ୍ୟକ ବୋଲି କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ । ବାସ ଏହା ପରେ ଆରମ୍ଭ ହୋଇ ଯାଇଥିଲା ରାଜନୀତି । ତାଙ୍କର ଏହି ବୟାନରେ ଅନେକ ନେତା ଅଭିନେତା ପ୍ରତିକ୍ରିୟା ଦେଇଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ ସଙ୍ଗୀତ ନିର୍ଦ୍ଦେଶକ ଆର ରେହମାନଙ୍କ ପରେ ଅଭିନେତା ତଥା ରାଜନେତା ପ୍ରକାଶ ରାଜ ମଧ୍ୟ ତାଙ୍କର ଏହି ବିବୃତ୍ତିକୁ ନେଇ ଅମିତ ଶାହାଙ୍କୁ ସମାଲୋଚନା କରିବା ସହ ଚେତାବନୀ ଦେଇଥିବାର ଦେଖିବାକୁ ମିଳିଛି । ତେବେ ଅମିତ ଶାହାଙ୍କ ବିବୃତ୍ତିର ଏକ କ୍ଲିପ୍ ସେୟାର କରି ପ୍ରକାଶ ରାଜ ଏକ ଟ୍ୱିଟରେ ଲେଖିଛନ୍ତି, ଘର ଭାଙ୍ଗିବାକୁ ଚେଷ୍ଟା କରନ୍ତୁ ନାହିଁ ଗୃହମନ୍ତ୍ରୀ। ଆମେ ଆପଣଙ୍କୁ ଚେତାବନୀ ଦେଉଛୁ ଯେ ହିନ୍ଦୀକୁ ଆମ ଉପରେ ଲଦିବା ବନ୍ଦ କରନ୍ତୁ। ଆମେ ଆମର ବିବିଧତାକୁ ଭଲପାଏ। ଆମେ ଆମର ମାତୃଭାଷାକୁ ଭଲପାଉ।

ଆମେ ଆମର ପରିଚୟକୁ ଭଲପାଉ ବୋଲି କହିଛନ୍ତି । ସେପଟେ ପ୍ରକାଶ ରାଜଙ୍କ ମାତୃଭାଷା କନ୍ନଡ ହୋଇଥିଲେ ମଧ୍ୟ ସେ ଦକ୍ଷିଣରେ ତେଲୁଗୁ ଫିଲ୍ମ ବ୍ୟତୀତ ହିନ୍ଦୀ, ତାମିଲ ଭାଷାରେ ମଧ୍ୟ କାମ କରିଛନ୍ତି। ପ୍ରକାଶ ରାଜ ଇଂରାଜୀ ସମେତ ଅନେକ ଭାରତୀୟ ଭାଷାକୁ ଭଲଭାବେ କହିପାରନ୍ତି। ପ୍ରକାଶ ରାଜଙ୍କ ବ୍ୟତୀତ ଅମିତ ଶାହଙ୍କ ବୟାନକୁ ନେଇ ଅଣ-ହିନ୍ଦୀ ଭାଷାଭାଷୀ ରାଜ୍ୟର ଅନେକ ଲୋକ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପ୍ରକାଶ ରାଜଙ୍କ ପୂର୍ବରୁ ସଙ୍ଗୀତ ନିର୍ଦ୍ଦେଶକ ଏଆର୍ ରହମାନ ମଧ୍ୟ ଅମିତ ଶାହଙ୍କ ବୟାନ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସେ ନିଜ ଟ୍ୱିଟରେ ଲେଖିଥିଲେ, ‘ତାମିଲ ଭାଷା ହେଉଛି ଆମର ଅସ୍ତିତ୍ୱର ମୂଳ।’ ତାମିଲ ବ୍ୟତୀତ ଏଆର୍ ରହମାନ ଇଂରାଜୀ ଏବଂ ହିନ୍ଦୀରେ ମଧ୍ୟ କହିପାରନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts