ହାତ ଛାଡିଲେ କେ ସୂର୍ଯ୍ୟ ରାଓ

ସତ୍ୟପାଠ ବ୍ୟୁରୋ : କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ ସୂର୍ଯ୍ୟ ରାଓ । ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପାଖକୁ ଏକ କ୍ଷୋଭ ଭରା ପତ୍ର ଲେଖି ସେ ଇସ୍ତଫା ଦେଇଥିବା ଲେଖିଛନ୍ତି ।

ତାଙ୍କ ପ୍ରତି ପ୍ରଦେଶ କଂଗ୍ରେସ କମିଟି ଅଣଦେଖା କରିଥିବା ଚିଠିରେ ସେ ଉଲ୍ଲେଖ କରିଛନ୍ତି । ସେହିଭଳି ଟିକେଟ ବଂଟନ ଓ ଶେଷ ପର୍ଯ୍ୟନ୍ତ ତାଙ୍କୁ ଝୁଲାଇ ରଖାଯିବା ନେଇ ମଧ୍ୟ ସେ କ୍ଷୋଭ ପ୍ରକାଶ କରିଛନ୍ତି । ସେହିଭଳି ବିଜେଡି ଓ ବିଜେପିର ହେଭିୱେଟ ନେତାମାନେ ସେମାନଙ୍କ ପ୍ରାର୍ଥୀ ପାଇଁ ପ୍ରଚାର କରିଥିବା ବେଳେ କଂଗ୍ରେସ ତରଫରୁ କେହି ଜଣେ ଷ୍ଟାର ପ୍ରଚାରକ ନ ଆସିବା ନେଇ ମଧ୍ୟ ସେ ଚିଠିରେ ଲେଖିଛନ୍ତି ।

Related Posts