ଅମିତାଭଙ୍କ ମୁହଁରେ ଓଡ଼ିଆ ଫିଲ୍ମ୍ ର ପ୍ରଶଂସା

ମୁମ୍ୱାଇ : ବଲିଉଡ଼ ସେହେନ୍ ଶାହ ଅମିତାଭ ବଚନଙ୍କ ମୁହଁରେ ଓଡ଼ିଆ ଫିଲ୍ମ୍ ର ପ୍ରଶଂସା । ଟ୍ୱିଟ କରି ଓଡ଼ିଆ ଫିଲ୍ମ ତୁ ମୋର ଓକେକୁ ଶୁଭେଚ୍ଛା ଜଣାଇଛନ୍ତି ଅମିତାଭ। ସିଦ୍ଧାର୍ଥ ମ୍ୟୁଜିକ ପ୍ରଯୋଜିତ ମୃତ୍ୟୁଞ୍ଜୟ ସାହୁଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଖୁବ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି ।

ତୁ ମୋର ଓକେ ଟିମ୍ ଏବଂ ଶୀତଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅମିତାଭ ବଚନ। ବଡ଼ କଥା ହେଉଛି ଅମିତାଭ ଏମିତି ଏକ ସମୟରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଶୁଭେଚ୍ଛା ଜଣାଇଛନ୍ତି ଯେତେବେଳେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ଏକ ଜଟିଳ ସ୍ଥିତି ଦେଇ ଗତି କରୁଛି ।

ହଲରେ ଓଡ଼ିଆ ଫିଲ୍ମ ଦେଖିବାକୁ ବିମୁଖ ହେଉଛନ୍ତି ଲୋକେ। ତେଣୁ ଅମିତାଭ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଶୁଭେଚ୍ଛା ଜଣାଇ ସମସ୍ତ ଓଡ଼ିଆ ସିନେ ପ୍ରେମୀଙ୍କୁ ଉତ୍ସାହିତ କରିବାକୁ ଚାହିଁଛନ୍ତି । ଅମିତାଭଙ୍କ ଏହି ଟ୍ବିଟକୁ ଅନେକ ଓଡ଼ିଆ ସ୍ବାଗତ କରିଥିବା ବେଳେ ଏଭଳି ଏକ ଲଭ୍ ରୋମାଣ୍ଟିକ ଫିଲ୍ମର ଅମିତାଭ ପ୍ରମୋଟ କରିଥିବାରୁ ନାପସନ୍ଦ କରିଛନ୍ତି।

Related Posts