ଲକ୍ଷ୍ନୌରେ ଟମାଟୋ ଫ୍ଲୁକୁ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସତର୍କ ସୂଚନା ଜାରି

ଲକ୍ଷ୍ନୌ : କରୋନା, ମଙ୍କିପକ୍ସ ପରେ ବର୍ତ୍ତମାନ ଟମାଟୋ ଫ୍ଲୁ କୁ ନେଇ ଏବେ ଦେଖାଦେଇଛି ଭୟ । ସଂକ୍ରମଣ ହାର ବଢ଼ୁଥିବା ବେଳେ, ଭୟ ମଧ୍ୟ ବଢ଼ିବାକୁ ଲାଗିଛି। ସେପଟେ ବଢ଼ୁଥିବା ସଂକ୍ରମଣ ହାର କୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଟମାଟୋ ଫ୍ଲୁକୁ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଛି।

ଟମାଟୋ ଫ୍ଲୁର ଲକ୍ଷଣ ୧୦ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କଠାରେ ଦେଖିବାକୁ ମିଳୁଛି। ରାଜ୍ୟରେ ସନ୍ଦିଗ୍ଧ ମାମଲା ସାମ୍ନାକୁ ଆସିବା ପରେ ସମସ୍ତ ସରକାରୀ-ବେସରକାରୀ ହସ୍ପିଟାଲକୁ ଏକ ଆଡଭାଇଜରୀ ଜାରି କରାଯାଇଛି।

ଏହାକୁ ନେଇ ସତର୍କ ରହିବା ସହ ହସ୍ପିଟାଲକୁ ଆସୁଥିବା ସନ୍ଦିଗ୍ଧ ରୋଗୀଙ୍କ ବିଷୟରେ ସିଏମ୍‌ଓ କାର୍ଯ୍ୟାଳୟକୁ ସୂଚନା ଦେବାକୁ ଉକ୍ତ ଆଡଭାଇଜରୀରେ ଉଲ୍ଲେଖ କରାଯାଇଛି। ଏହି ରୋଗ ପ୍ରଥମେ କେରଳରେ ଦେଖାଯାଇଥିଲା।

Related Posts