
ପାଟନା: ବିଧାୟକଙ୍କୁ ଧମକ ଦେଇ ଫସିଲେ ଜଣେ ଯୁବକ | ସେ ପୁଣି ଗୃହମନ୍ତ୍ରୀ ଅମିତ ଶାହାଙ୍କ ନାଁରେ ଫେକ୍ ଟ୍ବିଟର ଆକାଉଣ୍ଟ ଖୋଲି । ଏହି ଏହି ଘଟଣାରେ ଦୁଇ ଜଣଙ୍କ ବିରୁଦ୍ଧରେ ଏତଲା ଦାୟର କରିଛି ପୋଲିସ | ସମ୍ପୃକ୍ତ ଅଭିଯୁକ୍ତମାନେ ଅମିତ ଶାହାଙ୍କ ନାଁରେ ଫେକ୍ ଟ୍ବିଟର ଆକାଉଣ୍ଟ ଖୋଲି ସେଥିରୁ ବିହାରର ବୈକୁଣ୍ଠପୁର ବିଧାୟକ ମିଥିଲେଶ ତିୱାରୀଙ୍କ ବିରୁଦ୍ଧରେ ଆପତ୍ତିଜନକ ଟ୍ବିଟ୍ କରିଥିଲେ ।
ଏନେଇ ଅଭିଯୋଗ ପରେ ପୋଲିସ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି ।
ଅମିତ୍ ଶାହଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି ବିଧାୟକଙ୍କୁ ଧମକ, ଜଣେ ଗିରଫଅମିତ୍ ଶାହଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି ବିଧାୟକଙ୍କୁ ଧମକ, ଜଣେ ଗିରଫଯାହା ସୂଚନା ରହିଛି, ଅଭିଯୁକ୍ତ ନିଜକୁ ଅମିତ ଶାହା ଦର୍ଶାଇ ଟ୍ବିଟ୍ କରିଥିଲା ଯେ, ”ବିହାର ରାଜ୍ୟ ଉପସଭାପତି(ମିଥିଳେଶ ତିୱାରୀ) ସୁଧୁରି ଯାଆନ୍ତୁ, ନଚେତ୍ ମୋତେ ଗୋପାଳଗଞ୍ଜ ମାଟିରେ ଓହ୍ଲାଇବାକୁ ପଡିବ । ଯାହାକି ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଠିକ୍ ହେବ ନାହିଁ । ବିଧାୟକ ରାମପ୍ରବେଶ ମଧ୍ୟ ସହ୍ୟ କରିବାର ଏକ ମେଡିସିନ ଖାଇ ନିଅନ୍ତୁ ।” ସେହିପରି ବିଧାୟକ ତଥା ବିଜେପି ରାଜ୍ୟ ଉପସଭାପତି ମିଥିଲେଶ ତିୱାରୀଙ୍କ ଟ୍ବିଟର ଆକାଉଣ୍ଟରୁ ମଧ୍ୟ ଶାହାଙ୍କ ବିରୁଦ୍ଧରେ ଖରାପ କମେଣ୍ଟ କରାଯାଇଥିଲା ।
ଗତ 13 ତାରିଖରେ ବିଧାୟକ ମିଥିଲେଶ ମହମଦପୁର ଥାନାରେ ଅଭିଯୋଗ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା । ବିଧାୟକ ଦେବକୁଲି ଗାଁର ବିକି କୁମାର ସିଂହ ଏବଂ ଶାମ୍ୟପୁର ଅଞ୍ଚଳର ପ୍ରବୀଣ କୁମାର ନାମକ ଯୁବକଙ୍କ ନାଁରେ ଏତଲା ଦେଇଥିଲେ । ଏହାର ପରଦିନ ବିକିକୁ ଗିରଫ କରିଥିଲା ପୋଲିସ । ବିକି କୁମାର ହିଁ ଶାହାଙ୍କ ନାଁରେ ମିଛ ଆକାଉଣ୍ଟ ଖୋଲି ବିଧାୟକଙ୍କ ବିରୁଦ୍ଧରେ ଆପତ୍ତିଜନକ ଟିପ୍ପଣୀ ଦେଇଥିଲା । ସେପଟେ ବିକିଙ୍କ ଗିରଫଦାରୀକୁ ବିରୋଧ କରି ପୂର୍ବତନ JD-U ବିଧାୟକ ମନଜୀତ ସିଂହ ନିଜ ସମର୍ଥକଙ୍କ ସହ ଥାନାରେ ପହଞ୍ଚି ଧାରଣା ଦେଇଥିଲେ । ଏହାପରେ 15 ତାରିଖ ଦିନ ପୋଲିସ ଅଭିଯୁକ୍ତକୁ କୋର୍ଟରେ ହାଜର କରିଥିଲା । ପରେ ସେ କୋର୍ଟରୁ ଜାମିନ ମିଳିଥିଲା |