ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ପ୍ରସ୍ତାବକୁ ନେଇ ଆଜି କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ କଂଗ୍ରେସ ସୁପ୍ରିମଙ୍କ ସହ ଭେଟ ଘାଟ | କଂଗ୍ରେସ କୁ ପୁଣି ଥରେ ସୄଧୁଡ଼ କରିବା ପାଇଁ ତାଙ୍କ ରଣନୀତି କୁ ନେଇ ଏବେ ଚାରିଆଡେ ଜୋର ଧରିଛି ଚର୍ଚା | କଂଗ୍ରେସ ପାଇଁ ଆସନ୍ତା ନିର୍ବାଚନ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ପ୍ରଶାନ୍ତ କିଶୋର | ତେବେ ଆଜି ଏହି ପିକେଙ୍କ ଏହି ଫର୍ମୁଲାକୁ ନେଇ ଫାଇନାଲ ହେବ ନିଷ୍ପତି | କଂଗ୍ରେସକୁ ସୁଦୃଢ଼ ପାଇଁ ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଦେଇଥିବା ପ୍ରସ୍ତାବକୁ କାର୍ଯ୍ୟକାରୀ କରାଯିବ କି ନାହିଁ ସେନେଇ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ରହିଛି।

୨୦୨୪ ସାଧାରଣ ନିର୍ବାଚନ ପାଇଁ ଦଳକୁ ମଜଭୁତ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପ୍ରଦାନ କରିଛନ୍ତି ପ୍ରଶାନ୍ତ। ତେବେ ତାଙ୍କ ପ୍ରସ୍ତାବକୁ ଗ୍ରହଣ କରାଯିବକି ନାହଁ ଆଜି ଚୂଡ଼ାନ୍ତ ବୈଠକ ରହିଛି। ଆଜି ହିଁ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ପାରେ। ଏଥିପାଇଁ ୭ ଜଣିଆ କମିଟି ଗଠନ କରାଯାଇଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ନେତା କେସି ଭେନୁ ଗୋପାଲ, ମୁକୁଲ ୱାରନିକ୍‌, ଅମ୍ବିକା ଶୋନି, ଜୟରାମ ରମେଶ, ଦିଗବିଜୟ ସିଂ ଏବଂ ରଣଦୀପ ସିଂ ସୁର୍ଯୱାଲା ଏହି କମିଟିରେ ଅଛନ୍ତି। ଆଜିର ବୈଠକରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଭଦ୍ରା ଏବଂ ବରିଷ୍ଠ ନେତା ଏକେ ଆଣ୍ଟୋନୀ ଯୋଗ ଦେଇ ପାରନ୍ତି।

ପୂର୍ବରୁ କଂଗ୍ରେସ ନେତାଙ୍କ ସହ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ୩ ଥର ବୈଠକ ହୋଇ ସାରିଛି। ଏହି ବୈଠକରେ ପ୍ରଶାନ୍ତ କିଶୋର କଂଗ୍ରେସର ଉତଥାନ ନେଇ ତାଙ୍କର ସବିଶେଷ ଯୋଜନା ଉପସସ୍ଥାପନ କରିସାରିଛନ୍ତି। ଅନ୍ୟପଟେ ଗତକାଲି ପ୍ରଶାନ୍ତ କିଶୋର ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ମଧ୍ୟରେ ଆଲୋଚନା ହୋଇଛି। ପ୍ରଶାନ୍ତ କିଶୋର ହାଇଦ୍ରାବାଦରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ରହିଥିଲେ। ଏହି ଅବସରରେ ପ୍ରଶାନ୍ତ କିଶୋରଙ୍କ କମ୍ପାନୀ ଆଇ-ପ୍ୟାକ୍ ସହ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଦଳ ଟିଆରଏସ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷର ହୋଛି। ଆସନ୍ତା ବର୍ଷ ବିଧାନ ସଭା ନିର୍ବାଚନ ଥିବା ବେଳେ ଏହି ଚୁକ୍ତି ହୋଇଛି । ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ପାଇଁ ପ୍ରଶାନ୍ତ ଟିଆରଏସ ପାଇ ପ୍ରଚାରି କରିବେ। ନିଜେ ପ୍ରଶାନ୍ତ କିଶୋର କଂଗ୍ରେସର ମିଶିବା ସମ୍ଭାବନା ଦୃଢ଼ୀଭୂତ ହେଉଥିବା ବେଳେ ତାଙ୍କ କମ୍ପାନୀ ଅଣ କଂଗ୍ରେସ ପାର୍ଟିଙ୍କ ସହିତ ହାତ ମିଲାଇବାକୁ ନେଇ ଚର୍ଚ୍ଚା ଜୋର ଧରିଛି |

Related Posts