ନିଲାମ ହେବ ୟୁକ୍ରେନୀୟ ରାଷ୍ଟ୍ରପତିଙ୍କ ଦ୍ୱାରା ସ୍ୱାକ୍ଷରିତ ‘ମେଜର ଲିଗ୍ ବେସବଲ’

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଆରଂଭ ହୋଇଥିବା ଯୁଦ୍ଧ ଇତି ମଧ୍ୟରେ ୨ ମାସ ପୁରୀ ଗଲାଣି | ତଥାପି ଉଭୟ ନିଜ ନିଜ ଜିଦ ରେ ଅଟଳ ରହି ଯୁଦ୍ଧ କରି ଚାଲିଛନ୍ତି | ରୁଷ ସେନା ୟୁକ୍ରେନ ର ଅନେକ ସହରକୁ ନିଜ କବ୍ଜାକୁ ନେଇ ସାରିଛି | ଅନେକ କଟକଣା ପରେ ବି ରୁଷ ନିଜ ଜିଦ ରେ ଅଟଳ ରହି ଉରନ୍ରୁ ରେ ନରସଂହାର ରଚିବାରେ ଲାଗିଛି | ଯାହାର କଡା ମୁକାବିଲା କରୁଛନ୍ତି ୟୁକ୍ରେନ ସେନା |

ତେବେ ଏହି ସଙ୍କଟ ସ୍ତିତି ମଧ୍ୟରେ ୟୁକ୍ରେନ ର ଆର୍ଥିକ ଅବସ୍ଥା ଭୁଶୁଡି ପଡ଼ିଲାଣି | ଏହି ମଧ୍ୟରେ
ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦୋମିର ଜେଲେନସ୍କିଙ୍କ ଦ୍ୱାରା ସ୍ୱାକ୍ଷରିତ ଏକ ‘ମେଜର ଲିଗ୍ ବେସବଲ’ । ଏହାକୁ ନିଲାମ କରାଯାଇ ଏଥିରୁ ମିଳିବାକୁ ଥିବା ଅର୍ଥକୁ ୟୁକ୍ରେନରେ ରିଲିଫ କାମରେ ଲଗାଯିବ ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

ଏହି ‘ଏମଏଲବି’ ବେସବଲର ଗୋଟିଏ ପଟେ ୟୁକ୍ରେନୀୟ ‘କର୍ସିଭ୍’ଏବଂ ଅନ୍ୟପଟେ ଜେଲେନସ୍କିଙ୍କ ନାଁ ସାକ୍ଷର ହୋଇଛି । ୨୦୧୯ରେ ‘ବିଗ୍ ଆପ୍ଲ’ ଗସ୍ତ ସମୟରେ ୟୁକ୍ରେନୀୟ ରାଷ୍ଟ୍ରପତି ଏହି ବଲରେ ତାଙ୍କ ନାଁର ଶେଷ ଭାଗ ଲେଖିଥିଲେ ।

ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ, ନିଲାମୀ ଜରିଆରେ ଏହି ବେସବଲକୁ ବିକ୍ରୟ କରାଯିବ । ଏହାକୁ ଅନ୍ୟୁନ ୧୫,୦୦୦ ଡଲାରରେ ବିକ୍ରୟ କରାଯିବ,ଅର୍ଥାତ ଭାରତୀୟ ମୂଲ୍ୟରେ ୧୧ ଲକ୍ଷ ୪୭ ହଜାର ଟଙ୍କାରେ ବିକ୍ରି କରାଯିବ । ପୂର୍ବରୁ ଏହି ବଲକୁ ୟୁକ୍ରେନର ରାଷ୍ଟ୍ରଦୂତ ଥିବା ୟେଲଚେଙ୍କୋଙ୍କ ଠାରୁ ଉପହାର ଭାବେ ଗ୍ରହଣ କରିଥିଲେ ନ୍ୟୁୟର୍କର ସରକାରୀ ବ୍ୟାପାର ବିଶେଷଜ୍ଞ ଥିବା ରେଣ୍ଡି ଏଲ କାପଲାନ୍ । ଏଥିରୁ ନିଲାମ ସୂତରେ ଯାହା ଅର୍ଥ ମିଳିବ ତାହାକୁ ୟୁକ୍ରେନ ରିଲିଫ ଫଣ୍ଡକୁ ସମବେଦନା ଜଣାଇବାକୁ ଦିଆଯିବ ବୋଲି କାପଲାନ୍ କହିଛନ୍ତି ।

Related Posts