ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜଧାନୀ ଭୁବନେଶ୍ୱରରେ ଡ୍ରେନରେ ପଡ଼ି ୪ ବର୍ଷର ଶିଶୁ ମୃତ। ବିଏମସି ଅନ୍ତର୍ଗତ ୫୮ ନମ୍ବର ୱାର୍ଡରେ ଥିବା ଭୁଆଶୁଣି ଲେନର ପତିତପାବନ ନଗରରେ ଆଜି ଅପରାହ୍ନରେ ଏଭଳି ଅଘଟଣ ଘଟିଛି ।ସୂଚନା ଅନୁଯାୟୀ ସ୍ଥାନୀୟ ବାସିନ୍ଦା ବିଜୁ ରେଡ୍ଡିଙ୍କ ୪ ବର୍ଷର ପୁଅ ଗୌତମ ବାହାରେ ଖେଳୁଥିଲା। କିନ୍ତୁ କିଛି ସମୟ ପରେ ସେ ହଠାତ ନିଖୋଜ ହୋଇଯାଇଥିଲା । ଏହାପରେ ଗୌତମ ନାଳରେ ଭାସିଯାଇଥିବା ସ୍ଥାନୀୟ ଲୋକେ ମୃତକଙ୍କ ପରିବାରକୁ ଜଣାଇଥିଲେ। ଏହାପରେ ଖବର ପାଇ ଅଗ୍ନିଶମ ବାହିନୀ ଆସି ସେହି ଡ୍ରେନରେ ଖୋଜିବା ଆରମ୍ଭ କରିଥିଲେ। କିଛି ସମୟ ପରେ ଗୌତମର ମୃତଦେହ ମିଳିଥିଲା । ତାକୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଗୌତମର ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଥିବା ବେଳେ ପୋଲିସ୍ ଏହି ଘଟଣାରେ ଏକ ମାମଲା ରୁଜୁ କରିଛି ।