କାଶୀପୁର ଝାଡାବାନ୍ତି ପ୍ରସଙ୍ଗ; ମନ୍ତ୍ରୀ କେବଳ ଦୂଷିତ ପାଣି ପିଇ ଝାଡାବାନ୍ତି ହୋଇଛି କହିବା ଦୁର୍ଭାଗ୍ୟଜନକ: ନରସିଂହ ମିଶ୍ର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କାଶୀପୁର ଝାଡାବାନ୍ତି ପ୍ରସଙ୍ଗକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି । ସେପଟେ ପୁଣି ଗୃହରେ ଉଠିଲା କାଶୀପୁର ଝାଡ଼ାବାନ୍ତି ପ୍ରସଙ୍ଗ । ଶୂନ୍ୟକାଳରେ ନରସିଂହ ମିଶ୍ର ସଂସଦୀୟ ମନ୍ତ୍ରୀ ରଖିଥିବା ଉତ୍ତରକୁ ନେଇ ପ୍ରଶ୍ନ ଉଠାଇଛନ୍ତି । କାଶୀପୁରରେ ଝାଡାବାନ୍ତି ହୋଇଛି ମନ୍ତ୍ରୀ ଗୃହରେ ଉତ୍ତର ରଖୁଛନ୍ତି ।

କିନ୍ତୁ ସେଠି ଜିଲ୍ଲାପାଳ କହୁଛନ୍ତି କଲେରା ହୋଇଛି । ଆମ୍ବ ଟାକୁଆ ଜାଉ ଖାଇ, ବିଷାକ୍ତ ପାଣି ପିଇ, ମଦ ପିଇ ମୃତ୍ୟୁ ମୁଖରେ ପଡୁଛନ୍ତି ଲୋକେ । କିନ୍ତୁ ମନ୍ତ୍ରୀ କେବଳ ଦୂଷିତ ପାଣି ପିଇ ଝାଡାବାନ୍ତି ହୋଇଛି କହିବା ଦୁର୍ଭାଗ୍ୟଜନକ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି । 

Related Posts