ଆଉ ମାସେ ବଢିଲା ସ୍ୱର୍ଗଦ୍ୱାର କଟକଣା

ଆଉ ମାସେ ବଢିଲା ସ୍ୱର୍ଗଦ୍ୱାର କଟକଣା । ପୁରୀ ସ୍ୱର୍ଗଦ୍ୱାର ଶବଦାହ ଉପରେ କଟକଣା ଆଉ ମାସେ ପାଇଁ ବଢାଯାଇଛି । ସେପ୍ଟେମ୍ବର ୩୦ ଯାଏ କଟକଣା ବୃଦ୍ଧି କରିବାକୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି । ଜିଲ୍ଳା ବାହାର ଲୋକଙ୍କୁ ସ୍ୱର୍ଗଦ୍ୱାରରେ ଶବ ସଂସ୍କାର ପାଇଁ କଟକଣା ଲାଗୁ କରାଯାଇଛି ।

କେବଳ ପୁରୀ ଜିଲ୍ଲାବାସୀ ନିଜ ପ୍ରିୟଜନଙ୍କ ଅନ୍ତିମ ସଂସ୍କାର ସ୍ୱର୍ଗଦ୍ୱାରରେ କରିବା ପାଇଁ ଅନୁମତି ରହିଥିବା କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ଏହି କଟକଣା ପାଇଁ ଲାଗୁ କରାଯାଇଛି । ମୃତ ବ୍ୟକ୍ତିଙ୍କ ସହିତ ଆସୁଥିବା ବ୍ୟକ୍ତିଙ୍କ ପାଖରେ କୋଭିଡ ଭୂତାଣୁ ଥିବାର ଆଶଙ୍କା ରହିଛି । ଯଦି ଜଣଙ୍କ ଦେହରେ ଏହି ଭୂତାଣୁ ଥାଏ, ତାହା ହେଲେ ଏହା ସମସ୍ତ ଲୋକଙ୍କୁ ସଂକ୍ରମିତ କରିବାର ଆଶଙ୍କା ରହିଛି । ତେଣୁ ଏପରି କଟକଣା ଲଗାଯାଇକରାଯାଇଛି ।

Related Posts