ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୫୦୦ ଟପିଲା

ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୫୦୦ ଟପିଯାଇଛି । ୨୪ ଘଣ୍ଟା ମଧ୍ୟରେ ୧୧ଜଣ କରୋନା ରୋଗୀଙ୍କ ମୃତ୍ୟୁ ସହିତ ମୋଟ କରୋନା ମୃତ୍ୟୁ ସଂଖ୍ୟା ୫୦୩ ରେ ପହଞ୍ଚିଥିବାବେଳେ ତାଲିକାରେ ଗଞ୍ଜାମ ଜିଲ୍ଲା ସବୁଠାରୁ ଆଗରେ ରହିଛି ।

ମୃତକ ୧୧ଜଣଙ୍କ ମଧ୍ୟରେ ପୁରୀ, ମୟୁରଭଞ୍ଜ ଓ ଖୋରଧାରୁ ୨ଜଣ କରି ଥିବାବେଳେ ଗଞ୍ଜାମ, ରାୟଗଡା, କନ୍ଧମାଳ, ଜଗତ୍‍ସିଂହପୁର ଓ କଟକରୁ ଜଣେ କରି ଅଛନ୍ତି । ବର୍ତ୍ତମାନ ସୁଦ୍ଧା ଗଞ୍ଜାମରେ ସର୍ବାଧିକ ୧୯୧ କରୋନା ମୃତ୍ୟୁ ଘଟିଥିବାବେଳେ ଖୋରଧାରେ ୬୭, ସୁନ୍ଦରଗଡରେ ୩୬, କଟକରେ ୩୨, ରାଗୟଡାରେ ୨୫, ଗଜପତିରେ ୧୮, ପୁରୀରେ ୧୫, କନ୍ଧମାଳରେ ୧୧ଜଣ ମୃତ୍ୟୁବରଣ କରିଛନ୍ତି । ଦେବଗଡ, ବୌଦ ଓ ନୂଆପଡା ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଗୋଟିଏ ହେଲେ କରୋନା ମୃତ୍ୟୁ ଘଟିନାହିଁ ।ସେହିଭଳି ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୨୯ ଜିଲ୍ଲାରୁ ୩୦୨୫ ନୂଆ ଆକ୍ରାନ୍ତ ଚିହ୍ନଟ ପରେ ମୋଟ୍‍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୦୬,୫୬୧ରେ ପହଞ୍ଚିଛି । ତେବେ ପୂର୍ବଭଳି ଖୋରଧା ଏକ ନମ୍ବର ସ୍ଥାନରେ ରହିଛି । ଖୋରଧାରୁ ସର୍ବାଧିକ ୬୬୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୩୧୨, ମୟୁରଭଞ୍ଜରୁ ୨୧୫, ଗଞ୍ଜାମରୁ ୨୦୭ ଚିହ୍ନଟଜଣ ଚିହ୍ନଟ ହୋଇଛନ୍ତି ।

କୋରାପୁଟରୁ ୧୩୯ଜଣ ଚିହ୍ନଟ ହୋଇଥିବାବେଳେ ପୁରୀରୁ ୧୩୬, ଢେଙ୍କାନାଳରୁ ୧୩୨, କେନ୍ଦ୍ରାପଡାରୁ ୧୨୮ଜଣ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜିଲ୍ଲା ଗୁଡିକରେ କରୋନା ସଂକ୍ରମିତଙ୍କ ତାଲକା ଶହେ ତଳକୁ ଥିବାବେଳେ ସବୁଠାରୁ କମ୍‍ ମାତ୍ର ଜଣେ ଆକ୍ରାନ୍ତ ଦେବଗଡ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା ମୋଟ୍‍ ୧,୦୬,୫୬୧ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ୭୭,୨୮୬ଜଣ ଚିକିତ୍ସାପରେ ଘରକୁ ଫେରିଥିବାବେଳେ ୨୮,୭୧୯ଜଣ ବିଭିନ୍ନ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେହିଭଳି ଆଜି ସୁଦ୍ଧା ରାଜ୍ୟରେ ୧୮,୩୯,୮୫୪ଟି କରୋନା ନମୂନା ପରୀକ୍ଷା ହୋଇଥିବାବେଳେ ଏଥିରୁ ୫.୭୯ ପ୍ରତିଶତ ପଜିଟିଭ ଚିହ୍ନଟ ହୋଇଛି

Related Posts