କୋଟିଆରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ; ଜଗନ୍ ସରକାରଙ୍କ ଉନ୍ନୟନ ମୂଳକ ଯୋଜନାର କଲେ ସମୀକ୍ଷା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ଗ୍ରାମପୁଞ୍ଜର ନାରେଡିବାଲସାରେ ଆସି ପହଞ୍ଚିଛନ୍ତି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ତଥା ଗିରିଜନ ବିଭାଗ ମନ୍ତ୍ରୀ ପିଡ୍ଡିକା ରାଜନ୍ନା ଦୋରା। ଆନ୍ଧ୍ରପ୍ରଦେଶ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସେଠାରେ କିପରି କାର୍ଯ୍ୟକାରିତା କରୁଛି ତାହାକୁ ନେଇ ସମୀକ୍ଷା କରୁଛନ୍ତି ।

ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶର ଜଗନ ମୋହନ ରେଡ୍ଡୀଙ୍କ ସରକାର ଦ୍ଵାରା ପ୍ରଦତ୍ତ ଭତ୍ତା, ରାସନ, ପାନୀୟ ଜଳ, ବିଦ୍ୟୁତ, ଅଙ୍ଗନବାଡି, ସ୍କୁଲ ଓ ଆମ୍ମା ବାଡି ଏବଂ ଜଙ୍ଗଲଜମି ପଟ୍ଟା ଭଳି ଯୋଜନାର ହିତାଧିକାରୀଙ୍କ ପାଖକୁ ଯାଇ ସେମାନଙ୍କର ଆଉ କ’ଣ ସମସ୍ୟା ରହିଛି ତାହାର ସମୀକ୍ଷା କରିଛନ୍ତି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ।

ତେବେ ଗତ ୧୭ ତାରିଖରେ ଜିଲ୍ଲା ପ୍ରଶାସନ ତରଫରୁ ସେହି ନେରେଡିବାଲାସା ଗ୍ରାମରେ ଏକ ଜନଶୁଣାଣି କାର୍ଯ୍ୟକ୍ରମ ହୋାଇଥିଲା। ଉକ୍ତ କାର୍ଯ୍ୟକମରେ ନେରଡିବାଲସା, ଆଜୁର୍ବାଲସା, ଧୁଳି ପଦର, ପାନକୁ ବାଲସା ଆଦି ଗ୍ରାମବାସୀ ବିଭିନ୍ନ ସମସ୍ୟାର ଅଭିଯୋଗ ପଟାଙ୍ଗି ବିଡିଓ ଓ ତହସିଲଦାରଙ୍କୁ ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତିରେ ଜଣାଇଥିଲେ। ଆଜି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ତଥା ସାଲୁର ବିଧାୟକ ସମ୍ପୃକ୍ତ ଗ୍ରାମରେ ପହଞ୍ଚି ଉପରୋକ୍ତ ଗ୍ରାମବାସୀଙ୍କୁ ନେଇ ଆନ୍ଧ୍ର କରିଥିବା ଯୋଜନାର ସମୀକ୍ଷା କରିବାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି |

Related Posts