ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ ଅଧିକାରୀ: ଲାଞ୍ଚ ନେଲାବେଳେ ଧରାପଡିଲେ ହିନ୍ଦୋଳ ଏସ୍‌ଡିପିଓ

ଢେଙ୍କାନାଳ : ଭିଜିଲାନ୍ସ ପଞ୍ଝାରେ ଛନ୍ଦି ହେଲେ ଆଉ ଜଣେ ଅଧିକାରୀ । ଲାଞ୍ଚ ନେଲାବେଳେ ଧରାପଡ଼ିଛନ୍ତି ହିନ୍ଦୋଳ ଏସ୍‌ଡିପିଓ । ୩୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ କାବୁ କରିଛି ଭିଜିଲାନ୍ସ ।

ଖବର ଅନୁଯାୟୀ, ଏସିଏସ୍‌ଟି ମାମଲାରେ ଜଣଙ୍କ ନାଁ କାଟିବାକୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଏସ୍‌ଡିପିଓ ।

କୌଣସି ସୁତ୍ରରୁ ଖବର ପାଇ ଚଢାଉ କରିଥିଲା ଭିଜିଲାନ୍ସ । ଏହି ଚଢାଉରେ ହିନ୍ଦୋଳ ଏସ୍‌ଡିପିଓ ମଳୟ ନାୟକଙ୍କୁ ଗିରଫ କରିଛି ।

Related Posts