ବେଙ୍ଗଲରେ ବିଜେପିକୁ ଆଉ ଏକ ଝଟକା : ଟିଏମସିରେ ଯୋଗ ଦେଲେ ବିଜେପି ବିଧାୟକ ବିଶ୍ୱଜିତ ଦାସ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି ବ୍ୟାକ୍ ଟୁ ବ୍ୟାକ୍ ବିଜେପିକୁ ଝଟକା ଦେଉଛି। ମଙ୍ଗଳବାର ଦିନ ବିଜେପି ବିଧାୟକ ବିଶ୍ୱଜିତ ଦାସ ଟିଏମସିରେ ଯୋଗ ଦେଇଛନ୍ତି। ବିଧାନସଭା ନିର୍ବାଚନ ପରେ ଟିଏମସିରେ ୩ ଜଣ ବିଜେପି ବିଧାୟକ ଯୋଗ ଦେଇଛନ୍ତି । ଦାସ ବିଜେପି ପୂର୍ବରୁ ଟିଏମସିରେ ଥିଲେ କିନ୍ତୁ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେପିରେ ଯୋଗ ଦେଇଥିଲେ। ତାଙ୍କ ବ୍ୟତୀତ କାଉନସିଲର ମୋନୋତୋଷ ଦାସ ମଧ୍ୟ ଟିଏମସିରେ ଯୋଗ ଦେଇଛନ୍ତି । ଏହାପୂର୍ବରୁ ସୋମବାର ଦିନ ତନ୍ମୟ ଘୋଷ ବିଜେପି ଛାଡି ଟିଏମସିରେ ଯୋଗ ଦେଇଥିଲେ। ସେ ବିଷ୍ଣୁପୁର ଆସନରୁ ବିଧାୟକ ଅଛନ୍ତି । 

ଏହାପୂର୍ବରୁ, ଜୁନ୍ ୧୧ ରେ, ମୁକୁଲ ରୟ ଟିଏମସିରେ ଯୋଗ ଦେଇଥିଲେ। ଚଳିତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଭାରତୀୟ ଜନତା ପାର୍ଟି ୭୭ ଟି ସିଟ୍ ଜିତିଛି।  ଦଳରୁ ଦାସଙ୍କ ଇସ୍ତଫା ପରେ ବର୍ତ୍ତମାନ ବିଜେପିରେ ମାତ୍ର ୭୩ ଟି ସିଟ୍ ବାକି ଅଛି।କାରଣ ଦଳ ବିଧାନସଭା ନିର୍ବାଚନ ବେଳେ ୨ ଜଣ ସାଂସଦଙ୍କୁ ଟିକେଟ ଦେଇଥିଲା। ସେମାନେ ମଧ୍ୟ ଜିତିଥିଲେ। ହେଲେ ବିଧାୟକ ଓ ସାଂସଦ ପଦରୁ ସେମାନଙ୍କୁ ଗୋଟିଏ ଚୟନ କରିବାକୁ କୁହାଯାଇଥିଲା। ଏହି କାରଣରୁ ଦୁଇ ଜଣ ଯାକ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି।

ପୂର୍ବରୁ ତନ୍ମୟ ଘୋଷଙ୍କ ପରି ବିଶ୍ୱଜିତ୍ ଦାସ ମଧ୍ୟ ଟିଏମସିରେ ଥିଲେ ଏବଂ ବର୍ତ୍ତମାନ ପୁଣି ଟିଏମସିକୁ ଫେରିଛନ୍ତି। ବିଶ୍ୱଜିତ୍ ଦାସ କହିଛନ୍ତି ଯେ ମୁଁ ବିଜେପି ଯାଇ ଏକ ଭୁଲ କରିଥିଲି ଟିଏମସିକୁ ପୁଣି ଫେରି ଆସିବାକୁ ଚାହୁଁଥିଲି। ଟିଏମସିରୁ ଦୁଇ ଦୁଇ ଥର ବିଧାୟକ ଥିବା ବିଶ୍ୱଜିତ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ। ଚର୍ଚ୍ଚା ମୁତାବକ ବିଶ୍ୱଜିତ ବୋନଗାଓଁ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାଁହୁଥିଲେ, କିନ୍ତୁ ବିଜେପି ପକ୍ଷରୁ ତାଙ୍କୁ ବାଗଡା ଆସନରୁ ଲଢ଼ିବାକୁ କୁହାଯାଇଥିଲା । ଯାହାକୁ ନେଇ ସେ ଖୁସି ନଥିଲେ। 

Related Posts