ରାଜଧାନୀରେ ପୁଣି ଏକ ଆତ୍ମହତ୍ୟା; ଖଣ୍ଡଗିରି ଅଞ୍ଚଳର ଏକ ହଷ୍ଟେଲରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜଧାନୀ ଭୁବନେଶ୍ବରରେ ଆତ୍ମହତ୍ୟା ଜନିତ ମୃତ୍ୟୁ ଥମିବାର ନାଁ ନେଉନି। ଆତ୍ମହତ୍ୟା ରୋକିବାକୁ ବିଭିନ୍ୟ ସଚେତନତା କାର୍ଯ୍ୟକ୍ରମ କରାଯାଉଥିଲେ ମଧ୍ୟ ତାହା ସତେ ଯେମିତି ଫେଲ୍ ମାରିଛି । ତେବେ ଆଜି ପୁଣି ଏକ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଛି। ଖଣ୍ଡଗିରି ଅଞ୍ଚଳର ଏକ ହଷ୍ଟେଲରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଉଦ୍ଧାର କରାଯାଇଛି ।

ମୃତ ଯୁବତୀ ଜଣକଙ୍କ ନାମ ଦୀପ୍ତି ପାଣି । ସେ ପୁରୀ ଜିଲ୍ଲାର ତିରିପଦାଗଡ଼ରୁ ଆସି ଭୁବନେଶ୍ୱରରେ ଏକ ହଷ୍ଟେଲରେ ରହୁଥିଲେ । ଖଣ୍ଡଗିରି ବାରଭୁଜା ଅଞ୍ଚଳରେ ଥିବା ଏକ ଘରୋଇ କମ୍ପାନୀରେ ଚାକିରି କରିଥିଲେ ଦୀପ୍ତି । ତେବେ କିପରି ଓ କେଉଁ କାରଣ ପାଇଁ ସେ ଆତ୍ମହତ୍ୟା କଲେ ସେନେଇ ସ୍ପଷ୍ଟ ହୋଇନଥିବା ବେଳେ ଘଟଣାସ୍ଥଳରୁ ଏକ ସୁଇସାଇଡ୍ ନୋଟ ମିଳିଥିବା ସୂଚନା ରହିଛି । ଖବର ପାଇବା ପରେ ଖଣ୍ଡଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଆତ୍ମହତ୍ୟା ପଛରେ ବ୍ୟକ୍ତିଗତ କାରଣ ନା ଆଉ କିଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

Related Posts