ପଞ୍ଜାବ ରାଜନୀତିରେ ପୁଣି ଭିନ୍ନ ମୋଡ଼, ଅମରିନ୍ଦର ସିଏମ ପଦରେ ପୂର୍ବପରି ରହିଥିବା ବେଳେ ସିଦ୍ଧୁ ଦଳର ଡେପୁଟି ହେବାର ସମ୍ଭାବନା ରହିଛି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ପଞ୍ଜାବ ପାର୍ଟି ପ୍ୟାନେଲରେ ରାଜ୍ୟରେ ରାଜନୌତିକ ଅସ୍ଥିରତା ସମ୍ପର୍କରେ ରିପୋର୍ଟ ଦାଖଲ କରିଛନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କୁ ହଟାଇବାକୁ ସୁପାରିଶ କରାଯିବ ନାହିଁ ଏବଂ ଆସନ୍ତା ନିର୍ବାଚନରେ ​​ଅମରିନ୍ଦର ସିଂହ ହିଁ ରାଜ୍ୟ ଦଳ ପାଇଁ ରହିବାର ସମ୍ଭାବନା ରହିଛି ବୋଲି ଉଲ୍ଲେଖ କରାଯାଇଛି । ସଂଗଠନର ସଦସ୍ୟ ପରିବର୍ତ୍ତନକୁ ନେଇ ମଧ୍ୟ ପ୍ୟାନେଲ ସଦସ୍ୟମାନେ ମଧ୍ୟ କଡ଼ା ଆଭିମୁଖ୍ୟ ରଖିଛନ୍ତି । ତେବେ ବର୍ତ୍ତମାନ ରାଜ୍ୟ ସଭାପତି ସୁନୀଲ ଜାଖରଙ୍କୁ ବଦଳାଇ ଆଉ ଜଣେ ଅଣ-ଶିଖ ସଦସ୍ୟଙ୍କୁ ରାଜ୍ୟ ୟୁନିଟର ନେତୃତ୍ୱ ନେବାକୁ ସୁପାରିଶ କରାଯିବାର ସମ୍ଭାବନା ରହିଛି। ଅପରିପକ୍ଷେ ରାଜନେତା ସିଦ୍ଧୁଙ୍କ ଭାଗ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇ ନଥିବା ବେଳେ ତାଙ୍କୁ ପଞ୍ଜାବ କ୍ୟାବିନେଟରେ ଉପ-ମୁଖ୍ୟମନ୍ତ୍ରୀ ପଦ ପାଇଁ ସୁପାରିଶ କରାଯାଇପାରେ ଏବଂ ତାଙ୍କୁ କ୍ୟାବିନେଟରେ ଜଣେ ଡେପୁଟି ଭାବରେ ଦେଖିବାକୁ ମିଳିପାରେ ବୋଲି ସୂଚନା ମିଳିଛି । ଗତ ସପ୍ତାହରେ ରାଜ୍ୟସଭାରେ ବିରୋଧୀଦଳର ନେତା ମଲ୍ଲିକାର୍ଜୁନ ଖାର୍ଗେ, ପଞ୍ଜାବ କଂଗ୍ରେସ ଦାୟିତ୍ୱରେ ଥିବା ହରିଶ ରାୱତ ଏବଂ ପୂର୍ବତନ ସାଂସଦ ଜେପି ଅଗ୍ରୱାଲ ଦଳର ସମସ୍ତ ହିତାଧିକାରୀଙ୍କୁ ଭେଟିଥିଲେ। ଅନ୍ୟପଟେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ତିନି ସଦସ୍ୟ ବିଶିଷ୍ଟ କଂଗ୍ରେସ ପ୍ୟାନେଲ ସମ୍ମୁଖରେ ହାଜର ହୋଇଥିଲେ। ତେବେ ଆସନ୍ତା ବର୍ଷ ଆରମ୍ଭରେ ହେବାକୁ ଥିବା ବିଧାନସଭା ନିର୍ବାଚନର ପ୍ରସ୍ତୁତି ଉପରେ ଏହି ବୌଠକରେ ଆଲୋଚନା କରାଯାଇଥିଲା । ଏହା ସହ ଏସବୁ ଆମର ଆଭ୍ୟନ୍ତରୀଣ ପାର୍ଟି ଆଲୋଚନା ଏବଂ ମୁଁ ଆପଣଙ୍କ ସହ ସେୟାର କରିବାକୁ କିଛି ଚାହୁଁ ନାହିଁ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ​​ଅମରିନ୍ଦର ସିଂହ କହିଛନ୍ତି ।
କେବଳ ଏତିକି ନୁହେଁ ବରଂ ପୂର୍ବତନ ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁଙ୍କ ସହ ପରଗତ ସିଂହ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଫ୍ରଣ୍ଟ ଖୋଲିବା ପରେ ପଞ୍ଜାବ କଂଗ୍ରେସରେ ମତଭେଦ ଦେଖାଦେଇଥିଲା । ସିଦ୍ଧୁଙ୍କ ନେତୃତ୍ୱରେ ଏକ ଦଳ ରାଜ୍ୟ ନେତୃତ୍ୱରେ ପରିବର୍ତ୍ତନ ଆଣିବାକୁ ପରାମର୍ଶ ଦେଇଥିଲେ । ପରେ ପରେ ଏହି ମତଭେଦ ଏକ ଭିନ୍ନ ରୂପ ନେବାକୁ ଯାଉଥିଲା ବେଳେ ଅଲ ଇଣ୍ଡିଆ କଂଗ୍ରେସ କମିଟି ଉଭୟ ପଞ୍ଜାବ ନେତାଙ୍କ ଅଭିଯୋଗ ଶୁଣିବା ପାଇଁ ଏକ କମିଟି ଗଠନ କରିବାକୁ ବାଧ୍ୟ ହୋଇଥିଲା। ତେବେ ଅମରିନ୍ଦର ସିଂହଙ୍କ ସ୍ଥାନକୁ ନେଇ କୌଣସି ଆଲୋଚନା କରାଯାଇ ନାହିଁ ବୋଲି ସୂଚନା ମିଳିଛି ।

Related Posts