ପୁରୀ ଯିବାବେଳେ ଅପରାଜିତା ଷଡ଼ଙ୍ଗୀଙ୍କୁ ଅଟକାଇଲା ପୁଲିସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୁରୀ ଯିବାବେଳେ ଅପରାଜିତା ଷଡ଼ଙ୍ଗୀଙ୍କୁ ଅଟକାଇଲା ପୁଲିସ । ଏନେଇ ନିଜେ ପୁରୀ ଏସପି ସୂଚନା ଦେଇଛନ୍ତି। ଏହାପରେ ଭୁବନେଶ୍ଵର ସାଂସଦ ନିଜ ସମର୍ଥକଙ୍କ ସହ ପାଦରେ ଚାଲିଚାଲି ପୁରୀ ଅଭିମୁଖେ ଯାଉଛନ୍ତି। ଏହି ସମୟରେ ସେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ କହିଛନ୍ତି ଯେ ସେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଯାଉଥିବା ବେଳେ ସରକାର କାହିଁକି ଭୟ କରୁଛନ୍ତି। ସଦ୍ୟତମ ସୂଚନା ଅନୁଯାୟୀ, ଅପରାଜିତାଙ୍କ ଗାଡ଼ିଗୁଡ଼ିକୁ ପୁରୀ ଅଭିମୁଖେ ଯିବା ପାଇଁ ପ୍ରଶାସନ ଅନୁମତି ଦେଇଛି। ସେପଟେ ଉକ୍ତ ସ୍ଥାନରେ ୧୦୦ରୁ ଅଧିକ ପୁଲିସଙ୍କୁ ମୁତୟନ କରାଯାଇଛି।

ଗୋଟିଏ ଗାଡ଼ିରେ ଅପରାଜିତା ଯାଇପାରିବେ, କିନ୍ତୁ ସମର୍ଥକମାନଙ୍କୁ ଛଡ଼ାଯିବ ନାହିଁ ବୋଲି ପୁରୀ ଏସପି କହୁଥିବା ବେଳେ ସମର୍ଥକମାନଙ୍କ ସହ ପୁରୀ ମନ୍ଦିର ଯିବାକୁ ଅପରାଜିତା ଜିଦ୍ ଧରିଥିଲେ। ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଳରେ ମନ୍ଦିର ଚତୁଃପାର୍ଶ୍ବରେ ଯେଉଁଭଳି ଖନନ ଓ ନିର୍ମାଣକୁ ବିରୋଧ କରୁଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts