ମୁଁ କେବେ ସୁରଙ୍କ ଭଳି ନବୀନଙ୍କୁ ନେଇ ମନ୍ତବ୍ୟ ଦେଇନି; ହେଲେ ଜୟଦେବ ଜେନାଙ୍କ କଥା ମୁଁ ଜାଣିନି: ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ ଏବଂ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ମଧ୍ୟରେ ବୟାନବାଜି ଆରମ୍ଭ ହୋଇଛି । ପରସ୍ପର ଉଭୟଙ୍କୁ ନେଇ ବଡ଼ ବୟାନ ଦେବାରେ ଲାଗିଛନ୍ତି । ସେପଟେ ରାଜ୍ୟ କଂଗ୍ରେସର ସଙ୍ଗଠନକୁ ଶକ୍ତିଶାଳୀ କରିବା ସହ ନୂଆ ପିସିସି ସଭାପତି ଖୋଜିବା ପାଇଁ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ମାନସମନ୍ଥନ ଚାଲିଛି। ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର ଜିଲ୍ଲା ସଭାପତିମାନଙ୍କ ସହ ବୈଠକ କରୁଛନ୍ତି। ଏହା ମଧ୍ୟରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ଜବାବରେ ପାଲଟା ଉତ୍ତର ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ତେବେ ତାଙ୍କ ବିରୋଧରେ ସୁରେଶ ରାଉତରାୟ ଆଣିଥିବା ଅଭିଯୋଗ ଭିତ୍ତିହୀନ। ସୁର ରାଉତରାୟ ଦେଇଥିବା ଜବାବ ନେଇ ଶୃଙ୍ଖଳା କମିଟିରେ ଆଲୋଚନା କରାଯିବ।

ଦୋଷୀ ସାବ୍ୟସ୍ତ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ନିରଞ୍ଜନ ପଟ୍ଟନାୟକ। ଏହା ସହ ମୁଁ କେବେ ସୁରଙ୍କ ଭଳି ନବୀନଙ୍କୁ ନେଇ ମନ୍ତବ୍ୟ ଦେଇନି। ଜୟଦେବ ଜେନାଙ୍କ କଥା ମୁଁ ଜାଣିନି । ବିଶୃଙ୍ଖଳିତ ଆଚରଣ ପାଇଁ ସୁରେଶ ରାଉତରାୟଙ୍କୁ କାରଣ ଦର୍ଶାଅ ନୋଟିସ ହୋଇଛି। ଏ ପ୍ରକ୍ରିୟା ଏବେ ଆରମ୍ଭ ହେଲା। ଯିଏ ବିଶୃଙ୍ଖଳା କରିବ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ । ଆଗରୁ କାହିଁକି ନୁହେଁ, ଏବେ କାହିଁକି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ପ୍ରଶ୍ନରେ ନିରଞ୍ଜନଙ୍କ କହିଛନ୍ତି ଯେ, “ହନୁ ମଲାବେଳେ ସତ କହେ” ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି ।

Related Posts