ପୁଣି ଜେରା ହେବେ ଅର୍ଚ୍ଚନା ଓ ଜଗବନ୍ଧୁ, କୋର୍ଟରେ ଆବେଦନ କଲା ଇଡି

ଭୁବନେଶ୍ୱର,୨/୧(ସତ୍ୟପାଠ ବ୍ୟୁରୋ): ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ଘଟଣା । ପୁଣିଥରେ ଜେରାର ସମ୍ମୁଖୀନ ହେବେ ଅର୍ଚ୍ଚନା ନାଗ୍ ଓ ଜଗବନ୍ଧୁ ଚାନ୍ଦ । ଉଭୟଙ୍କୁ ଗୋଟିଏ ଦିନ ଜେରା ପାଇଁ କୋର୍ଟରେ ଆବେଦନ କରିଛି ଇଡି । ଆଜି ଏହି ଇଡି ଆବେଦନର ହୋଇପାରେ ଶୁଣାଣି ।

ସୂଚନା ଥାଉକି, ୧୪ଦିନିଆ ବିଚାର ବିଭାଗୀୟ ହାଜତରେ ଥିବା ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱର ଆଜି ଭିସି ଜରିଆରେ ଜିଲ୍ଲା ଦୌରାଜଜ କୋର୍ଟରେ ହାଜର ହେବେ ।ଗତ କିଛିଦିନ ତଳେ ଫରେନସିକ୍ ଲାବରୁ ଦ୍ୱିତୀୟ ଡିଜିଟାଲ ଏଭିଡେନ୍ସ ସଂଗ୍ରହ କରିଥିଲା ଖଣ୍ଡଗିରି ଥାନା ପୋଲିସ । ଏଥିରେ ମୋବାଇଲ, ହାର୍ଡ ଡିସ୍କ ଓ ପେନଡ୍ରାଇଭର ତଥ୍ୟ ରହିଥିବା ସୂଚନା ମିଳିଥିଲା ।

ଆହୁରି ମଧ୍ୟ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ୪ ଦିନିଆ ରିମାଣ୍ଡରେ ନେଇ ପଚରାଉଚୁରା କରିଥିଲା ଇଡି । ରିମାଣ୍ଡ ସମୟରେ ଜଗବନ୍ଧୁଙ୍କୁ ଗୁଡାଇ ତୁଡାଇ ପ୍ରଶ୍ନ କରିବା ସହ ଅନେକ ତଥ୍ୟ କିଛି ହାସଲ କରିଛନ୍ତି ଇଡି ଅଧିକାରୀ ।

Related Posts