ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ଜାମିନ ଆବେଦନ କଲେ ଅର୍ଚ୍ଚନା ନାଗ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜାମିନ ଆବେଦନ କଲେ ବ୍ଲାକମେଲର ଅର୍ଚ୍ଚନା ନାଗ । ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ନିଜର ଜାମିନ ପାଇଁ ଆବେଦନ କରିଛନ୍ତି ଅର୍ଚ୍ଚନା । ପୂର୍ବରୁ ଅର୍ଚ୍ଚନାଙ୍କ ଜାମିନ ଆବେଦନର ଶୁଣାଣି ହୋଇପାରିନଥିଲା । ଆଜି ଅର୍ଚ୍ଚନାଙ୍କ ଜାମିନ ଆବେଦନ ନେଇ ତାଙ୍କ ଓକିଲ ଦେବାଶିଷ ମହାପାତ୍ର ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଲୋକଙ୍କୁ ବ୍ଲାକମେଲ କରି ଟଙ୍କା ହଡ଼ପ କରୁଥିବା ଅଭିଯୋଗରେ ଗିରଫ ହୋଇ ଏବେ ଝାରପଡା ଜେଲରେ ଅଛନ୍ତି ଅର୍ଚ୍ଚନା ନାଗ। ଅର୍ଚ୍ଚନା ନିଜ ଜାଲରେ ବହୁ ବଡ ବଡ ନେତା, ପ୍ରଯୋଜକ, ବ୍ୟବସାୟୀ ମାନଙ୍କୁ ଫସେଇଥିବା ନେଇ ଅଭିଯୋଗ ହୋଇଛି। ତେବେ ସବୁ ଗୁମର ଖୋଲିବା ପରେ ଦିନେ ବିଳାସପୂର୍ଣ୍ଣ ବିଲ୍ଡିଂରେ ରହୁଥିବା ଅର୍ଚ୍ଚନା ଏବେ ଜେଲର ଚାରିକାନ୍ଥ ଭିତରେ କଟୁଛି ଜୀବନ । ତେବେ ଗତ ୧୦ ତାରିଖରେ ମାମଲାର ଶୁଣାଣି ହେବାର ଥିଲା କିନ୍ତୁ ଶୁଣାଣି ଘୁଞ୍ଚିଥିଲା । ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ଭିସି ମାଧ୍ୟମରେ ଶୁଣାଣୀ କରାଯାଇଥିଲା । ଝାରପଡା ଜେଲରୁ ଭିସିରେ ହାଜର ହୋଇଥିଲେ ଅର୍ଚ୍ଚନା । ସବ୍ୟସାଚୀ ସୁତାର ଓ ଦେବାଶିଷ ମହାପାତ୍ର ନିଜ ଓକିଲ ବୋଲି କୋର୍ଟଙ୍କୁ ଜଣାଇଥିଲେ ଅର୍ଚ୍ଚନା । ତେବେ ତାଙ୍କୁ ରିମାଣ୍ଡରେ ପୋଲିସ୍‌ ନେଇପାରେ ବୋଲି ସୂଚନା ମିଳିଥିଲା । ହେଲେ କୋର୍ଟ ଜାମିନ୍‌ ଆବେଦନର ଶୁଣାଣି ଘୁଞ୍ଚାଇ ଦେଇଛନ୍ତି ।

Related Posts