ଭୁବନେଶ୍ୱର,୨୪/୧୨(ସତ୍ୟପାଠ ବ୍ୟୁରୋ): ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ପୁଣି ରିମାଣ୍ଡରେ ଯିବେ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ। ଆଜିଠୁ ଇଡି ତାଙ୍କୁ ୪ ଦିନିଆ ରିମାଣ୍ଡରେ ନେବ । ତେବେ ଗତକାଲି ଜଗବନ୍ଧୁଙ୍କ ୯ ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଥିଲା। ପରେ ଇଡି ତାଙ୍କୁ କୋର୍ଟରେ ହାଜର କରି ୫ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ହେଲେ କୋର୍ଟ ତାଙ୍କୁ ୪ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଥିଲେ।
ତେବେ ଜଗବନ୍ଧୁଙ୍କ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ଇଡି ତାଙ୍କୁ ଇଲେକ୍ଟ୍ରୋନିକ ଡିଭାଇସ୍ ସମ୍ପର୍କରେ ପଚରାଉଚରା କରିବ ବୋଲି ଜଣାଯାଇଛି। ତେବେ ମନି ଲଣ୍ଡରିଂ ମାମଲାରେ ପ୍ରମାଣ ପାଇବା ପରେ ଜଗବନ୍ଧୁଙ୍କୁ ଗତକାଲି ଗିରଫ କରିଥିଲା ଇଡି।
ସେହିପରି ଅର୍ଚ୍ଚନା ନାଗଙ୍କୁ ମଧ୍ୟ ଇଡି ପ୍ରଥମେ ୭ ଦିନିଆ ରିମାଣ୍ଡରେ ନେଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ପୁଣି ପରେ ଅର୍ଚ୍ଚନାଙ୍କୁ ୬ ଦିନିଆ ରିମାଣ୍ଡରେ ନେଇଥିଲା। ଅର୍ଚ୍ଚନାଙ୍କ ୬ଦିନିଆ ରିମାଣ୍ଡ ସରିବାପରେ ପୁଣି ଇଡି କୋର୍ଟରେ ୨ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା। ହେଲେ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବା ପାଇଁ ଇଡିକୁ ଅନୁମତି ମିଳିନଥିଲା। ଏହା ସହିତ ଆଗାମୀ ୨ ତାରିଖ ପର୍ଯ୍ୟନ୍ତ ଅର୍ଚ୍ଚନା ଏବଂ ଖଗେଶ୍ୱରଙ୍କ ବିଚାର ବିଭାଗୀୟ ହାଜତ ସମୟ ସୀମା ବଢ଼ିଛି ।
