ନବୀନ ନିବାସରେ ପହଞ୍ଚିଲେ ମନ୍ତ୍ରୀମଣ୍ଡଳରୁ ବାଦ୍ ପଡିଥିବା ମନ୍ତ୍ରୀ

ଭୁବନେଶ୍ବର : ନବୀନ ସରକାରଙ୍କ ହୋଇଛି ମନ୍ତ୍ରୀ ମଣ୍ଡଳର ନବୀକରଣ । ନୂଆ ଓ ପୁରୁଣା ଚେହେରାକୁ ନିଜ ମନ୍ତ୍ରୀ ମଣ୍ଡଳରେ ସାମିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଏଥିରୁ ବାଦ୍ ପଡି ଯାଇଛନ୍ତି କିଛି ମନ୍ତ୍ରୀ ।ତେବେ ଏନେଇ ନିବାସରେ ପହଂଚିଛନ୍ତି ମନ୍ତ୍ରୀମଣ୍ଡଳରୁ ବାଦ୍ ପଡିଥିବା ମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସହ ବାଦ୍ ପଡ଼ିଥିବା ମନ୍ତ୍ରୀଙ୍କ ବୈଠକ ବସିଛି ।

ବିଭିନ୍ନ ପ୍ରସଙ୍ଗକୁ ନେଇ ନବୀନଙ୍କ ସହ ଚାଲିଛି ଆଲୋଚନା । ନୂଆ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଛନ୍ତି ୧୦ ମନ୍ତ୍ରୀ ।

ଖବର ଅନୁଯାୟୀ, ନବୀନ ନିବାସରେ ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର, ଅରୁଣ ସାହୁ, ଜ୍ୟୋତି ପାଣିଗ୍ରାହୀ ରଘୁନନ୍ଦନ ଦାସ, ପଦ୍ମିନୀ ଦିଆନ, ପଦ୍ମନାଭ ବେହେରା, ସୁଦାମ ମାରାଣ୍ଡି ଓ ସୁଶାନ୍ତ ସିଂ ପ୍ରମୁଖ ଉପସ୍ଥିତ ଥିବା ସୂଚନା । ତେବେ କେଉଁ ପ୍ରସଙ୍ଗ ନେଇ ଆଲୋଚନା ହେଉଛି । ସେନେଇ କିଛି ସବିଶେଷ ତଥ୍ୟ ମିଳିନାହିଁ ।

Related Posts