କରୋନାରେ ପ୍ରାୟ ୪,୩୫୫ ପ୍ରବାସୀ ଭାରତୀୟ ଜୀବନ ହାରିଛନ୍ତି: କେନ୍ଦ୍ର

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଦେଶରେ ବ ର୍ତ୍ତମାନ କରୋନା ସ୍ଥିତି ଆୟତ୍ତ୍ୱ ହେବାରେ ଲାଗିଛି । ହେଲେ ଦୀର୍ଘ ଦୁଇ ବର୍ଷ ଧରି ମହାମାରୀ କରୋନା ଅନେକ ଲୋକଙ୍କ ଜୀବନ ନେଇଯାଇଛି । ଏହା ମଧ୍ୟରେ ମହାମାରୀ କରୋନାରେ ୮୮ଟି ଦେଶରେ ୪ ହଜାର ୩୫୫ ପ୍ରବାସୀ ଭାରତୀୟଙ୍କ ମୃତ୍ୟୁ ଘଟିଛି । ସାଉଦି ଆରବରେ ସର୍ବାଧିକ ୧୨୩୭ ଜଣଙ୍କ କରୋନାରେ ମୃତୁ୍ୟ ଘଟିଥିବାବେଳେ ୟୁଏଇରେ ୮୯୪ ଜଣଙ୍କ ମୃତ୍ୟୁ ହୋଇଛିା ଏନେଇ ରାଜ୍ୟସଭାରେ କେନ୍ଦ୍ର ବିଦେଶ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଭି ମୂରଲୀଧରନ ଏହି ସୂଚନା ଦେଇଛନ୍ତି ।

ଅନ୍ୟପଟେ କୁଲତରେ ୬୬୮ ପ୍ରବାସୀ ଭାରତୀୟଙ୍କ କରୋନାରେ ମୃତୁ୍ୟ ହୋଇଥିବାବେଳେ ଓମାନରେ ୫୫୫, ମାଲେସିଆରେ ୧୮୬, କାତାରରେ ୧୧୩ ଜଣଙ୍କ ମୃତୁ୍ୟ ହୋଇଛି । କରୋନାର ଶିକାର ହୋଇ ପ୍ରାଣ ହରାଇଥିବା ୪ ହଜାର ୩୫୫ ପ୍ରବାସୀ ଭାରତୀୟଙ୍କ ମଧ୍ୟରୁ ୧୨୭ ଜଣଙ୍କ ମରଶରୀର ଶେଷକୃତ ପାଇଁ ଭାରତ ଅଣାଯାଇଛି । ଏପରିକି ମୃତ ଶରୀର ଆଣିବା ପାଇଁ ଭାରତୀୟ ଗୋଷ୍ଠୀ କଲ୍ୟାଣ ପାଣ୍ଠି ଆର୍ଥିକ ସହଯୋଗ ପ୍ରଦାନ କରାଯାଇଛି ବୋଲି ରାଜ୍ୟସଭାରେ କେନ୍ଦ୍ର ବିଦେଶ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଭି ମୂରଲୀଧରନ କହିଛନ୍ତି ।

Related Posts