STF ପଞ୍ଝାରେ ବନ୍ଧୁକ ବ୍ୟବସାୟୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): STF ପଞ୍ଝାରେ ବନ୍ଧୁକ ବ୍ୟବସାୟୀ । ବନ୍ଧୁକ କାରବାର ଅଭିଯୋଗରେ କଟକ ସଦର ଅଞ୍ଚଳର କିଶୋର କୁମାର ମହାରଣାକୁ ଏସଟିଏଫ୍ ଗିରଫ କରିଛି । ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ୯ ଏମ୍ମ୍ ପିସ୍ତଲ, ୫ ରାଉଣ୍ଡ ଅଫୁଟା ଗୁଳି ଜବତ କରାଯାଇଛି । ୨୦୧୪ ଜୁନ୍ ମାସରେ ଚଣ୍ଡିଖୋଲ ବଜାରରେ ହୋଇଥିବା ଦୀପକ ନାଏକ ହତ୍ୟା ମାମଲାରେ ୱାଣ୍ଟେଡ ଥିଲା କିଶୋର । ନିଜର ଦୁଇ ସହଯୋଗୀଙ୍କ ସହ ମିଶି ଦୀପକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ସେବେଠୁ ଫେରାର୍ ଥିଲା କିଶୋର । ବେଆଇନ ଅସ୍ତ୍ରଶସ୍ତ୍ର ବିରୋଧୀ ଆଇନ ଆଧାରରେ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି ପୋଲିସ ।

Related Posts