
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆଜି ଏସିଆ କପ ଫାଇନାଲ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଭାରତ-ଶ୍ରୀଲଙ୍କା । ଏହି ମ୍ୟାଚରେ ଭାରତୀୟ ବୋଲରମାନେ ଘାତକ ବୋଲିଂ କରିଛନ୍ତି । ଫଳରେ ଶ୍ରୀଲଙ୍କା ଦଳ ମାତ୍ର ୫୦ ରନ କରି ଅଲ ଆଉଟ ହୋଇଯାଇଛି । ଏବେ ଏସିଆକପ ଟାଇଟଲ ହାତେଇବା ପାଇଁ ଭାରତକୁ ୫୧ ରନ ବିଜୟ ଲକ୍ଷ୍ୟ ରହିଛି ।
ଏହି ମ୍ୟାଚରେ ଶ୍ରୀଲଙ୍କା ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ।ଫଳରେ ବୋଲିଂ କରିଥିଲା ଭାରତ । ହେଲେ ଭାରତୀୟ ବୋଲରଙ୍କୁ ସାମ୍ନା କରିପାରିନଥିଲା ଶ୍ରୀଲଙ୍କା ଦଳ । ଭାରତ ପକ୍ଷରୁ ମହମ୍ମଦ ସିରାଜ ୬, ହାର୍ଦ୍ଦିକ ପାଣ୍ଡ୍ୟା ୩ ଓ ଯଶପ୍ରିତ ବୁମରାହ ୧ ଗୋଟିଏ ୱିକେଟ ନେଇଛନ୍ତି । ସେହିପରି ଶ୍ରୀଲଙ୍କା ପକ୍ଷରୁ କୁଶନ ମେଣ୍ଡିସ ୧୭ ଓ ଦୁଶାନ ହେମନ୍ଥା ୧୩ ରନ କରିଥିଲା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ୨ ଅଙ୍କ ଛୁଇଁ ପାରିନଥିଲେ ।